19.1 C
Bhubaneswar
Friday, December 5, 2025
Homeଦେଶ ବିଦେଶଡିସେମ୍ବର 8ରେ ବନ୍ଦେ ମାତରମ୍ ଉପରେ ହେବ ସଂସଦରେ ଆଲୋଚନା

ଡିସେମ୍ବର 8ରେ ବନ୍ଦେ ମାତରମ୍ ଉପରେ ହେବ ସଂସଦରେ ଆଲୋଚନା

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ସୋମବାର, ଡିସେମ୍ବର 8 ତାରିଖରେ ସଂସଦରେ “ବନ୍ଦେ ମାତରମ୍” ଉପରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ମୋଦୀ “ବନ୍ଦେ ମାତରମ୍” ଉପରେ ଆଲୋଚନା ଆରମ୍ଭ କରିବେ। ନିର୍ବାଚନ ସଂସ୍କରଣ ବା ଏସଆଇଆର ଉପରେ ଆଲୋଚନା କରିବା ପାଇଁ ବିରୋଧୀଙ୍କ ଦାବିକୁ ସରକାର ଗ୍ରହଣ କରିଛନ୍ତି। ଏହି ବିଷୟ ଉପରେ ମଙ୍ଗଳବାର, ଡିସେମ୍ବର 9 ତାରିଖରେ ଆଲୋଚନା ହେବ। ଏହାଛଡା ଉଭୟ ଆଲୋଚନା ପାଇଁ 10 ଘଣ୍ଟା ସମୟ ଦିଆଯାଇଛି। ଡିସେମ୍ବର 10 ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ନିର୍ବାଚନ ସଂସ୍କରଣ ବା SIR ଉପରେ ଆଲୋଚନାର ଉତ୍ତର ରଖିବେ । ଏହି ଦୁଇଟି ବିଷୟ ଏପରି ଯେ ଏହା ଉପରେ ଆଲୋଚନା ରାଜନୈତିକ ତାପମାତ୍ରାକୁ ବୃଦ୍ଧି କରିପାରିବ। ଶାସକ ଦଳ ଏବଂ ବିରୋଧୀ ଉଭୟ ଏହି ପ୍ରସଙ୍ଗରେ ଗୃହରେ ଦୃଢ଼ ଭାବରେ ନିଜର ମତାମତ ରଖିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking