28.1 C
Bhubaneswar
Saturday, January 17, 2026
Homeଓଡିଶାହ୍ରାସ କରାଗଲା ପାର୍କିଂ ଫି’

ହ୍ରାସ କରାଗଲା ପାର୍କିଂ ଫି’

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ସୂଚନା ଦେଇ ସେ କହିଛନ୍ତି ଯେ ଏସ୍‌ଓପି ଆସିଲା ପରେ ରତ୍ନଭଣ୍ଡାର ଗଣତିମଣତି ହେବ । ପାର୍କିଂ ଫି’ ୫୦୦ଟଙ୍କା ପ୍ରସଙ୍ଗରେ ଆରଲୋଚନା ହେଲା । ରାଜସ୍ୱ ଆୟ ବୃଦ୍ଧି କରିବା ଆମର ଆଭିପ୍ରାୟ ନୁହେଁ । ପରିଚାଳନା କମିଟିରେ ପାର୍କିଂ ଫି’ ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଣିକି ୨୪୦ ଟଙ୍କା ପାର୍କିଂ ଫି’ ଦେବାକୁ ପଡିବ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଶ୍ରୀମନ୍ଦିର ଉପପ୍ରଶାସକ, ଏସ୍‌ପି, କମିଟି ସଦସ୍ୟ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking