23.1 C
Bhubaneswar
Tuesday, February 3, 2026
Homeଓଡିଶାଭୁବନେଶ୍ବରର ପ୍ରମୁଖ ରାସ୍ତାରେ ପାର୍କିଂ ମନା

ଭୁବନେଶ୍ବରର ପ୍ରମୁଖ ରାସ୍ତାରେ ପାର୍କିଂ ମନା

ଭୁବନେଶ୍ବର: ଅନିୟମିତ ପାର୍କିଂ ରୋକିବାକୁ କମିଶନରେଟ୍‌ ପୋଲିସର ପଦକ୍ଷେପ। ପ୍ରମୁଖ ରାସ୍ତାରେ ଅନିୟମିତ ପାର୍କିଂ ଯୋଗୁଁ ଯାତାୟାତରେ ସମସ୍ୟା ହେଉଛି। ଓଡ଼ିଶା ଅର୍ବାନ ପୋଲିସ (OUP) ଆଇନ ଅନୁଯାୟୀ କଟକଣା ଜାରି କରାଯାଇଛି। ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ରାଜମହଲରୁ ଜୟଦେବ ବିହାର ଦେଇ କଳାରାହାଙ୍ଗ ପର୍ଯ୍ୟନ୍ତ ପାର୍କିଂ ମନା କରାଯାଇଛି। ଏୟାରପୋର୍ଟରୁ ଆଚାର୍ଯ୍ୟ ବିହାର ଛକ ଦେଇ ନାଲ୍‌କୋ ଛକ ପର୍ଯ୍ୟନ୍ତ ମନା କରାଯାଇଛି। ଶିଶୁଭବନ ଛକରୁ ରାଜମହଲ, ମାଷ୍ଟର କ୍ୟାଣ୍ଟିନ ଦେଇ ବାଣୀବିହାର। ରସୁଲଗଡ଼ରୁ ଜୟଦେବ ବିହାର, ଶ୍ରୀୟାରୁ ପିଏଚ୍‌ଡି ଅଫିସ୍‌ ପର୍ଯ୍ୟନ୍ତ ମନା କରାଯାଇଛି। ଗୋପବନ୍ଧୁ ଛକ ଠାରୁ କଳ୍ପନା, କଳାରାହାଙ୍ଗ ଛକଠୁ ନନ୍ଦନକାନନ। ସିଆର୍‌ପି ଠାରୁ ୟୁନିଟ୍‌-୮ ଡିଏଭି ସ୍କୁଲ, ଫାୟାର ଷ୍ଟେସନରୁ ସିଟି କଲେଜପର୍ଯ୍ୟନ୍ତ ମନା କରାଯାଇଛି। ଖଣ୍ଡଗିରିଠାରୁ ପୋଖରୀପୁଟ, ଡମଣା ଛକରୁ ଶୈଳଶ୍ରୀ ବିହାର ପର୍ଯ୍ୟନ୍ତ ମନା କରାଯାଇଛି। ଜାଭିୟର ଛକ ଠାରୁ ଉତ୍କଳ ହସ୍ପିଟାଲ ଦେଇ ସାଇ ମନ୍ଦିର ଛକ ପର୍ଯ୍ୟନ୍ତ ମନା କରାଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking