30.1 C
Bhubaneswar
Thursday, February 12, 2026
Homeଖେଳପ୍ୟାରିସ୍‌ ଅଲିମ୍ପିକ୍ସ : ପୁରୁଷ ହକିରେ ଭାରତର ଦମଦାର ବିଜୟ

ପ୍ୟାରିସ୍‌ ଅଲିମ୍ପିକ୍ସ : ପୁରୁଷ ହକିରେ ଭାରତର ଦମଦାର ବିଜୟ

ପ୍ୟାରିସ୍‌ : ପ୍ୟାରିସ୍‌ ଅଲିମ୍ପିକ୍ସ ହକିରେ ଭାରତୀୟ ପୁରୁଷ ହକି ଟିମ ଦମ୍‌ଦାର ବିଜୟ ହାସଲ କରିଛି। ଭାରତୀୟ ପୁରୁଷ ହକି ଟିମ ପୁଲ୍‌ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇବା ସହ ୫୨ ବର୍ଷର ଏକ ଅଲୋଡା ରେକର୍ଡ ଭାଙ୍ଗିଛି। ୧୯୭୨ ମସିହା ପରେ ପ୍ରଥମ ଥର ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ଭାରତ ପରାସ୍ତ କରିଛି। ଭାରତୀୟ ପୁରୁଷ ହକି ଟିମ ଶେଷ ଥର ପାଇଁ ଭାରତ ୧୯୭୨ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହାପରେ ଭାରତ ଯେତେଥର ବି ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ଭେଟିଥିଲା ସବୁବେଳେ ପରାଜୟ ହାସଲ କରୁଥିଲା। କିନ୍ତୁ ଚଳିତ ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ଏହି ରେକର୍ଡ ବ୍ରେକ୍‌ କରି ଭାରତ ବିଜୟ ହାସଲ କରିବା ସହ କ୍ୱାର୍ଟର ଫାଇନାଲ ପୂର୍ବରୁ ବିଜୟ ଟ୍ରାକକୁ ଫେରିଛି।
ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଅଭିଷେକ ପ୍ରଥମ କ୍ୱାର୍ଟରର ଦ୍ୱାଦଶ ମିନିଟରେ ଗୋଟିଏ ଗୋଲ ସ୍କୋର କରିଥିଲେ ଏବଂ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ପେନାଲ୍ଟି କର୍ଣ୍ଣରରୁ ୧୩ ତମ ମିନିଟରେ ହରମନପ୍ରୀତ ସିଂହ ଗୋଟିଏ ଗୋଲ ସ୍କୋର କରିଥିଲେ। ଏହା ସହ ଭାରତ ୨-୧ରେ ଆଗୁଆ ରହିଲା। ଦ୍ୱିତୀୟ କ୍ୱାର୍ଟରରେ ଅଷ୍ଟ୍ରେଲିଆର ଆକାଉଣ୍ଟ ଆଟାକ୍‌ କରିଥିଲା। ୨୫ ତମ ମିନିଟରେ କ୍ରେଗ୍ ଥୋମାସ୍ ଗୋଲ୍ ସ୍କୋର କରିଥିଲେ ଏବଂ ସ୍କୋର ୨-୧ ହୋଇଗଲା। ଏହାପରେ ତୃତୀୟ କ୍ୱାର୍ଟରରେ ହରମନପ୍ରୀତ ସିଂହ ୩୨ ତମ ମିନିଟରେ ଏକ ପେନାଲ୍ଟି ଷ୍ଟ୍ରୋକ୍ କରିଥିଲେ। ଏହା ସହିତ ଭାରତ ୩-୧ ରେ ଆଗୁଆ ରହିଲା। ଚତୁର୍ଥ କ୍ୱାର୍ଟରରେ ଅଷ୍ଟ୍ରେଲିଆର ବ୍ଲେକ୍ ଗୋଭର୍ସ ୫୫ ମିନିଟରେ ଅଷ୍ଟ୍ରେଲିଆ ପାଇଁ ଗୋଟିଏ ଗୋଲ୍ କରି ସ୍କୋରର ୩-୨ କରିଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking