14.1 C
Bhubaneswar
Saturday, December 6, 2025
Homeଓଡିଶାଦୁଇ ଦିନ ହେଲା ପରିବା ବଜାର ବନ୍ଦ: ଲୋକେ ହନ୍ତସନ୍ତ

ଦୁଇ ଦିନ ହେଲା ପରିବା ବଜାର ବନ୍ଦ: ଲୋକେ ହନ୍ତସନ୍ତ

ରାୟଗଡା: ରାୟଗଡା ସହରର ପରିବା ବଜାର ଦୁଇ ଦିନ ହେଲା ବନ୍ଦ ହୋଇଛି ପଡ଼ିଛି । ସୂଚନା ଯୋଗ୍ୟ ଯେ ରାୟଗଡ଼ା ଓଭର ବ୍ରିଜ ମରାମତି ନିମନ୍ତେ ଓଭର ବ୍ରିଜର ଉଭୟ ପାର୍ଶ୍ୱ ଓ ତଳେ ବସୁଥିବା ପରିବା ବ୍ୟବସାୟୀ ଙ୍କୁ ସ୍ଥାନ ଖାଲି କରିବାକୁ ପୌର ପରିଷଦ ତରଫରୁ ନୋଟିସ ଜାରି କରାଯାଇଛି । ଏହାକୁ ବିରୋଧ କରି ସହରର ସମସ୍ତ ପରିବା ବ୍ୟବସାୟୀ ଗତ କାଲି ଠାରୁ ପରିବା ଦୋକାନ ବନ୍ଦ କରିଛନ୍ତି । ପରିବା ନ ମିଳିବା ଯୋଗୁଁ ଗ୍ରାହକ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ଆଉ କିଛି ପରିବା ବେପାରୀ ଏହାର ସୁବିଧା ନେଇ ଉଚ୍ଚ ଦରରେ ପରିବା ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଦୀର୍ଘ 25ରୁ ଊର୍ଧ୍ଵ ବର୍ଷ ହେଲା ନିଜ ପେଟ ପାଟଣା ପାଇଁ ଓଭର ବ୍ରିଜ ତଳେ ବସି ପରିବା ବ୍ୟବସାୟ କରୁଥିବା ବ୍ୟଵସାୟୀ ଙ୍କୁ ପ୍ରଶାସନ ତରଫରୁ ସହର ଭିତରେ ସଠିକ ଜାଗା ନ ଦେବାରୁ ପରିବା ବ୍ୟବସାୟୀ ଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଓଭର ବ୍ରିଜ ମରାମତି କାର୍ଯ୍ୟ କୁ ପରିବା ବେପାରୀ ସଙ୍ଘ ସ୍ୱାଗତ କରିଥିବା ବେଳେ ସେମାନଙ୍କୁ ସହର ଭିତରେ ଉଚିତ ସ୍ଥାନ ଦେବାକୁ ଦାବୀ କରିଛନ୍ତି । ଅପରପକ୍ଷେ ପରିବା ଅଭାବକୁ ଦୂର କରିବା ସହ ରାୟଗଡ଼ା ଜିଲ୍ଲା ପ୍ରଶାସନ ଏହାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି ସହର ର ସାଧାରଣ ଜନତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking