ନୂଆଦିଲ୍ଲୀ: ନିଜ ପରିବାର ଲୋକଙ୍କୁ ମାରିଦେଲା ସାନ ପୁଅ । ବାପାମାଆ ଓ ବଡଭାଇକୁ ନିର୍ମମ ଭାବେ ହତ୍ୟା କଲେ ସାନ ପୁଅ । ଏଭଳି ଚାଞ୍ଚଲ୍ୟକର ଘଟଣା ଦିଲ୍ଲୀର ମୈଦାନଗଡୀ ଅଞ୍ଚଳରେ ଘଟିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଧରିବା ପାଇଁ ଖୋଜା ଖୋଜି ଆରମ୍ଭ କରିଛି । ବାପାମାଆ ଓ ବଡଭାଇକୁ ନିର୍ମମ ଭାବେ ହତ୍ୟା କଲା ସାନ ପୁଅ । ବୁଧବାର ଅପରାହ୍ନରେ ଏଭଳି ଘଟଣା ଘଟିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ବେଳୁ ଘର ରକ୍ତରଞ୍ଜିତ ହୋଇଯାଇଥିଲା । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ମାନସିକ ରୋଗରେ ପୀଡିତ ଥିଲେ । ଏଭଳି ନୃଶଂସ କାଣ୍ଡ ଘଟାଇଥିବା ଜଣଙ୍କୁ କହିଥିଲେ ଯେ ପରିବାରର ୩ ଜଣଙ୍କୁ ହତ୍ୟା କରିଛି । ବର୍ତ୍ତମାନ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ଅଛି । ସିସିଟିଭି ଜରିଆରେ ଅଭିଯୁକ୍ତକୁ ଖବୁଶୀଘ୍ର ଧରିବା ପାଇଁ ତଦନ୍ତ ଜାରି ରଖିଛୁ ା ଘଟଣାସ୍ଥଳରୁ ଫରେନସିକ ଟିମ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି । ମୃତଦେହଗୁଡିକୁ ପୋଷ୍ଟମର୍ଟମ କରିବା ପାଇଁ ପଠାଯାଇଛି । ପୋଲିସ ଅଭିଯୁକ୍ତର ଆଚରଣ କିପରି ଥିଲା ପଡୋଶୀ, ସଂପର୍କୀୟଙ୍କୁ ପଚାରି ବୁଝିଛି ।










