ପୁରୀ : ରାସ୍ତାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ । ଦୀର୍ଘ ୬ ମାସ ଧରି ଠିକ ଭାବେ ପାଠ ପଢା ହେଉନଥିବାରୁ ଏବଂ ବାରମ୍ବାର ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ଅଭିଯୋଗ ପରେ ବି କୌଣସି ସୁଫଳ ନମିଳିବାରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଆଗରେ ଧାରଣା ଦେିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ପୁରୀ ସତ୍ୟବାଦୀର ତୃତୀୟା ଦେବ ନୋଡାଲ ବିଦ୍ୟାନିକେତନ ବିଦ୍ୟାଳୟରେ ଘଟିଛି । ଘଟଣାସ୍ଥଳରେ ବ୍ଲକ ସହକାରୀ ଶିକ୍ଷାଧିକାରୀ ପହଞ୍ଚି ବୁଝାସୁଝା କଲେ ମଧ୍ୟ ଜିଦରେ ଓହରୁ ନାହାଁନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ପରେ ଘଟଣା ସ୍ଥଳରେ ସତ୍ୟବାଦୀ ପୋଲିସ ଓ ପିପିଲି ଏସଡିପିଓ ପହଞ୍ଚି ବୁଝାସୁଝା କରି ପ୍ରତିଶୃତି ଦେବା ପରେ ଅଭିଭାବକ ଓ ଛାତ୍ରଛାତ୍ରୀ ଧାରଣାରୁ ଉଠିଛନ୍ତି ।