21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଝିଅର ପ୍ରେମିକକୁ ହତ୍ୟାକଲେ ବାପା-ମାଆ

ଝିଅର ପ୍ରେମିକକୁ ହତ୍ୟାକଲେ ବାପା-ମାଆ

ତେଲେଙ୍ଗାନା: ତେଲେଙ୍ଗାନାରୁ ଏକ ଦୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମିକଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି ବାପାମାଆ । ତେଲେଙ୍ଗାନାର ପେଡ୍ଡାପାଲି ଜିଲ୍ଲାରେ ଏପରି ଅଘଟଣ ଘଟିଛି । ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ବାପାମାଆ ଝିଅର ୧୯ ବର୍ଷୀୟ ପ୍ରେମିକଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁହେଁ ତାଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ପୋଲିସ କହିଛି ଯେ, ସାଇ କୁମାର ଦଶମ ଶ୍ରେଣୀ ପାସ୍ କରିବା ପରେ ପାଠପଢ଼ା ଛାଡି ଚାଷ କରୁଥିଲେ। ସେ ତାଙ୍କ ନିଜ ଗାଁର ଜଣେ ଝିଅକୁ ଭଲ ପାଉଥିଲେ ଏବଂ ସେମାନେ ଦୁହେଁ ଭିନ୍ନ ଭିନ୍ନ ପଛୁଆ ବର୍ଗ ସମ୍ପ୍ରଦାୟର ଥିଲେ।

କୁହାଯାଉଛି, ସାଇ କୁମାର ଝିଅ ସହିତ ପ୍ରେମ ସମ୍ପର୍କ ରଖିଥିଲା। ଏପାଇଁ ଝିଅର ବାପାମାଆ ଦୁହେଁ ବହୁତ ରାଗିଗଲେ। କିଛି ଦିନ ପୂର୍ବରୁ ସେ ଯୁବକଙ୍କୁ ତାଙ୍କ ଝିଅଠାରୁ ଦୂରରେ ରହିବାକୁ ମଧ୍ୟ ବାରଣ କରିଥିଲେ, କିନ୍ତୁ ଏହା ପରେ ମଧ୍ୟ ଉଭୟ ପରସ୍ପରଠାରୁ ଦୂରରେ ରହୁ ନଥିଲେ। ଏହି କାରଣରୁ କ୍ରୋଧିତ ବାପା ସାଇ କୁମାରଙ୍କୁ ହତ୍ୟା କରିଥିଲେ। ପୋଲିସ କହିଛି , ଝିଅର ବାପାମାଆ ଏହି ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ । ମାତ୍ର ଏହି ବିରୋଧକୁ ଖାତିର ନ କରି ଝିଅ-ପୁଅ ମିଳାମିଶା କରୁଥିଲେ । ଏଥର ମୁଣ୍ଡ ରାଗ ଉପରକୁ ଚଢ଼ିଯାଇଥିଲା । ଶେଷରେ ପୋଲିସ କହିଛି, ଗୁରୁବାର ରାତିରେ ସାଇ କୁମାରଙ୍କ ଜନ୍ମଦିନରେ କ୍ରୋଧିତ ପିତାମାତା ତାଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ। ଗୁରୁତର କୁମାରଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଝିଅଟିର ବାପାମାଆଙ୍କୁ ଗିରଫ କରିଛି। ପୋଲିସ କହିଛି, ଏହି ମାମଲାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking