28.1 C
Bhubaneswar
Wednesday, February 4, 2026
Homeଓଡିଶାବିଷ ପିଇଦେଲେ ବାପାମା: ଜଗି ରହିଲା ପୁଅ

ବିଷ ପିଇଦେଲେ ବାପାମା: ଜଗି ରହିଲା ପୁଅ

ଦେବଗଡ଼: ସ୍ୱାମୀସ୍ତ୍ରୀ ଗଣ୍ଡଗୋଳର କରୁଣ ପରିଣତି। ବିଷ ପିଇ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର। ରାତିସାରା ଜଙ୍ଗଲରେ ମୃତ ବାପା, ଗୁରୁତର ମା’କୁ ଜଗି ରହିଲା ୫ ବର୍ଷର ପୁଅ। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଶ୍ବଶୁର ଘରୁ ଫେରିବା ବାଟରେ ସ୍ବାମୀସ୍ତ୍ରୀ କଳି କରି ବିଷ ପିଇ ଦେଇଥିବା ସୂଚନା ମିଳିଛି। ରାସ୍ତା ଉପରେ ବାଇକ୍‌ ରଖି ଦେଇ ଜଙ୍ଗଲରେ ବିଷ ପିଇ ଦେଇଥିଲେ ଉଭୟ। ରାତି ସାରା ଜଙ୍ଗଲରେ ବସିବା ପରେ ସକାଳେ ରାସ୍ତାକୁ ଆସିଥିଲା କୁନି ପୁଅ।ରାସ୍ତାକୁ ଆସିଥିଲା କୁନି ପୁଅ ଜଣକ ଲୋକଙ୍କୁ ସାହାଯ୍ୟ ମାଗିବାରୁ ସବୁକଥା ପଦାକୁ ଆସିଥିଲା। ଏହା ପରେ ଲୋକମାନେ ପୋଲିସକୁ ଏନେଇ ଖବର ଦେଇଥିଲେଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀର ମୃତଦେହକୁ ଜବତ କରିବା ସହ ଅନୁଗୁଳ ଛେଣ୍ଡିପଦା ଡାକ୍ତରଖାନାରେ ଗୁରୁତର ସ୍ତ୍ରୀ ଓ ପୁଅକୁ ଭର୍ତ୍ତି କରିଥିଲେସେଠାରେ ଉଭୟଙ୍କ ଚିକିତ୍ସା ଚାଲିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking