ମୟୂରଭଞ୍ଜ: ପ୍ରଧାନଶିକ୍ଷୟତ୍ରୀଙ୍କ ବଦଳି ଦାବିରେ ପ୍ରତିବାଦ । ସ୍କୁଲ ଗେଟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ଉଦଳା ଥାନା ଶାଳମୁଣ୍ଡଳୀ ବନଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ପଟ୍ଟନାୟକ ମନମାନି ଚଳାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ତାତିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ବିଦ୍ୟାଳୟ ପାଇଁ ଆସୁଥିବା ଟଙ୍କାକୁ ବିନା ପରିଚାଳନା କମିଟିର ଅବଗତିରେ ଖର୍ଚ୍ଚ କରି ଟଙ୍କା ହରିଲୁଟ କରୁଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ଶୌଚାଳୟକୁ ତାଲା ମାରି ରଖିଥିବା ଅଭିଯୋଗ ହୋଇଛି ।