25.8 C
Bhubaneswar
Monday, January 6, 2025
Homeଦେଶ ବିଦେଶସୋସିଆଲ ମିଡିଆ ଆକାଉଣ୍ଟ ଖୋଲିଲେ ଦରକାର ପଡିବ ଅଭିଭାବକଙ୍କ ଅନୁମତି

ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିଲେ ଦରକାର ପଡିବ ଅଭିଭାବକଙ୍କ ଅନୁମତି

ନୂଆଦିଲ୍ଲୀ  : ଦେଶରେ ଖୁବଶୀଘ୍ର ପିଲାଙ୍କ ପାଇଁ  ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗିବ । କୌଣସି ଅଳ୍ପ ବୟସର ପିଲା  ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବେ ଅଭିଭାବକଙ୍କର ଅନୁମତି ଦରକାର ପଡିବ । କେନ୍ଦ୍ର ସରକାର ଜାରି କରିଥିବା  ଚିଠା ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ ନେଇ ଏହି ବ୍ୟବସ୍ଥା କରିଛନ୍ତି । ଏହାପରେ ଫେବୃଆରୀ ୧୮ ସୁଦ୍ଧା ମତାମତ ଦେବା ପାଇଁ  ଅଂଶୀଦାରକୁ କୁହାଯାଉଛି । ନୂଆ ଆଇନ ନେଇ ଲୋକମାନଙ୍କ ପାଖରେ ସେମାନଙ୍କର  ତଥ୍ୟର ଅଧିକ ନିୟନ୍ତ୍ରଣରେ ରହିବ । ଲୋକମାନେ ଚାହିଁଲେ କୌଣସି ତଥ୍ୟ ଡିଲିଟ ପାଇଁ ଦାବି କରିପାରିବେ । ବ୍ୟକ୍ତିଗତ ତଥ୍ୟ ଅଧିକାର କୁ ନେଇ କମ୍ପାନୀ ଗୁଡିକ ଅଧିକ ସୋସ୍ୟ ନୀତି ଆଣିବେ । ଏବଂ ଲୋକଙ୍କର ତଥ୍ୟ ସଂଗ୍ରହ ପୂର୍ୱରୁ ସେମାନଙ୍କୁ କାହାର କାରଣ ବିଷୟରେ କମ୍ପନୀ ଆଗୁଆ ଜଣାଇବା ଭଳି ବ୍ୟବସ୍ଥା ନୂଆ ଆଇନର ରହିବ । ଏହି ଆଇନ ଉଲଂଘନ କଲେ କମ୍ପାନୀକୁ  ୨୫୦ କୋଟି ପଯ୍ୟନ୍ତ ମୋଟା  ଅଙ୍କର ଜରିମାନା ଗଣିବାକୁ ହେବ । ଶିଶୁ ଏବଂ ଦିବ୍ୟାଙ୍ଗ ମାନଙ୍କର ଦକ୍ଷ ସକ୍ରିୟା କରଣ ପୂର୍ୱରୁ  ଅଭିଭାବକଙ୍କୁ ଅନୁମତି ନେବା ପାଇଁ ଚିଠଆ ଆଇନରେ ବ୍ୟବସ୍ଥା ହେଉଛି ।  ଏଥିରେ ଇ କମର୍ସ ମଧ୍ୟ ସଂଜ୍ଞା ନିର୍ଦ୍ଦାରଣ କରାଯାଇଛି । ଅନଲାଇନ ଗେମିଂରେ ମଧ୍ୟ ମଧ୍ୟସ୍ଥ ସଂଜ୍ଞା ଧାଯ୍ୟ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking