28.1 C
Bhubaneswar
Friday, May 9, 2025
Homeଦେଶ ବିଦେଶଗୀତ ଗାଇବା ମହଙ୍ଗା ପଡିଲା: ଗିରଫ ହେଲେ ପରସ୍ତୁ ଅହମଦି

ଗୀତ ଗାଇବା ମହଙ୍ଗା ପଡିଲା: ଗିରଫ ହେଲେ ପରସ୍ତୁ ଅହମଦି

ନୂଆଦିଲ୍ଲୀ: ହିଜାବ ନ ପିନ୍ଧି ଗୀତ ଗାଇବା ମହଙ୍ଗା ପଡିଲା । ଗିରଫ ହୋଇଛନ୍ତି ଇରାନର ୟୁଟ୍ୟୁବର ତଥା ସିଙ୍ଗର ୨୭ ବର୍ଷୀୟ ପରସ୍ତୁ ଅହମଦି । ଗତକାଲି ଇରାନର ଉତ୍ତର ପ୍ରାନ୍ତର ମଞ୍ଜଦରାନର ରାଜଧାନୀ ସାରି ସହରରୁ ତାଙ୍କୁ ଉଠାଇ ନେଇଛି ପୋଲିସ । ସୂଚନା ମୁତାବକ ପରସ୍ତୁ ଅହମଦି ହିଜାବ ନ ପିନ୍ଧି ଅନଲାଇନ କନ୍‌ସର୍ଟ କରିଥିଲେ । ଏହା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କହିଛନ୍ତି କୋର୍ଟ । ଏହି ମାମଲା ଆଇନଗତ ଓ ଧାର୍ମିକ ମାନର ଉଲ୍ଲଂଘନ ବୋଲି କୁହାଯାଉଛି । ଅହମଦିଙ୍କ ସହ ଅନ୍ୟ ୨ ପୁରୁଷ ସିଙ୍ଗରକୁ ମଧ୍ୟ ଗିରଫ କରାଯାଇଛି । ଗତ ବୁଧବାର ବିଳମ୍ବିତ ରାତିରେ ପରସ୍ତୁ ଅହମଦି ରାତିରେ ନିଜର ୟୁଟ୍ୟୁବ ଚ୍ୟାନେଲରେ ଏକ କନସର୍ଟ ଷ୍ଟ୍ରିମ କରିଥିଲେ । ବିନା ଦର୍ଶକରେ ଇରାନରେ ଏହି କନସର୍ଟ ଆୟୋଜିତ ହୋଇଥିଲା । ଅହମଦି ଏହି ସମୟରେ ଏକ କଳା ରଙ୍ଗର ଅଫ୍‌ ସୋଲ୍ଟର ଡ୍ରେସ ପିନ୍ଧିଥିଲେ ହେଲେ ତାଙ୍କ ମୁଣ୍ଡରେ ହିଜାବ ନଥିଲା । ଏହି କାର୍ଯ୍ୟକ୍ରମରେ ଅହମଦିଙ୍କ ସହ ୪ ଜଣ ପୁରୁଷ ସିଙ୍ଗର ମଧ୍ୟ ସେଠି ଉପସ୍ଥିତ ଥିଲେ । ଇରାନରେ ହିଜାବରେ ନେଇ କଠୋର ନିୟମ ରହିଛି । ବାସ୍ତବରେ ୧୯୭୯ ଇସଲାମିକ ବିପ୍ଳବ ପରେ ଲାଗୁ ହୋଇଥିବା ଅନୁସାରେ ଇରାନରେ ମହିଳାମାନେ ସର୍ବସାଧାରଣ ସ୍ଥାନରେ ଚୁଟି ଘୋଡାଇବାକୁ ବାଧ୍ୟ । ସେମାନଙ୍କୁ ସର୍ବସାଧାରଣ ସ୍ଥାନରେ ଗୀତ ଗାଇବାକୁ ଅନୁମିତି ମଧ୍ୟ ଦିଆଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking