22.1 C
Bhubaneswar
Friday, February 13, 2026
Homeଓଡିଶାପାରମିତା ଶତପଥୀ ତ୍ରିପାଠୀ ହେଲେ ଓଡ଼ିଶା ଆୟକର ପ୍ରମୁଖ ମୁଖ୍ୟ କମିସନର

ପାରମିତା ଶତପଥୀ ତ୍ରିପାଠୀ ହେଲେ ଓଡ଼ିଶା ଆୟକର ପ୍ରମୁଖ ମୁଖ୍ୟ କମିସନର

ଭୁବନେଶ୍ବର: ପାରମିତା ଶତପଥୀ ତ୍ରିପାଠୀ ଆଜି ଓଡ଼ିଶା ଆୟକର ପ୍ରମୁଖ ମୁଖ୍ୟ କମିସନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୮୯ ବ୍ୟାଚ୍‌ର ଭାରତୀୟ ରାଜସ୍ବ ସେବା (ଆଇଆରଏସ୍) ଅଧିକାରୀ ଶ୍ରୀମତୀ ପାରମିତାଙ୍କ ଓଡ଼ିଶାରେ ଆୟକର ବିଭାଗର ବିଭିନ୍ନ ପଦପଦବିରେ କାର୍ଯ୍ୟ କରିଛନ୍ତି। ପୂର୍ବରୁ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ ଲିମିଡେଟ୍ (ଓପିଜିସି)ରେ ଅର୍ଥ ବିଭାଗରେ ନିର୍ଦ୍ଦେଶକ ଭାବେ ୬ ବର୍ଷ କାର୍ଯ୍ୟ କରିଥିବାର ଅଭିଜ୍ଞତା ରହିଛି। ସୂଚନାଯୋଗ୍ୟ, ପାରମିତା ଶତପଥୀ ତ୍ରିପାଠୀ ହେଉଛନ୍ତି ଜଣେ ଲେଖିକା ଏବଂ ଉପନ୍ୟାସିକା। ସେ ୨୦୦୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬ରେ ସାହିତ୍ୟ ଏକାଡେମୀ ପୁରସକାର ଏବଂ ୨୦୨୧ରେ ସାରଳା ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସେ ୭ଟି କ୍ଷୁଦ୍ରଗଳ୍ପ ସଂଗ୍ରହ ଲେଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking