ଜଗତସିଂପୁର : ପାରାଦୀପ ଅବକାରୀ ଏସଆଇ ଜ୍ୟୋତି ରଞ୍ଜନ ସେନାପତି ନିଲମ୍ବିତ ହୋଇଛନ୍ତି । ଜ୍ୟୋତିରଞ୍ଜନ ସେନାପତିଙ୍କୁ ନିଲମ୍ବନ କଲେ ଅବକାରୀ କମିଶନର । କୋହଳ ଦଫା ଲଗାଇ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ଉଦ୍ୟମ ଅଭିଯୋଗ ଥିଲା । ମାସେ ତଳେ କୁଜଙ୍ଗ ବାଲିପାରି ଗାଁରେ ରେଡ କରିଥିଲା ଅବକାରୀ ପୋଲିସ । ବିପୁଳ ଗଞ୍ଜେଇ ଜବତ ସତ୍ତେ ମଦ ମିଳିଥିବା ଦର୍ଶାଇ ମାମଲା ହୋଇଥିଲା । ସେତେବେଳେ ଏନେଇ ବିଭିନ୍ନ ଫୋରମରେ ଗ୍ରାମବାସୀ ଅଭିଯୋଗ କରିଥିଲେ ।










