26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଏହି ଲୋକଙ୍କ ପାଇଁ ଖୁବ୍ ଘାତକ ହୋଇପାରେ ପାରାସିଟାମଲ :ରିପୋର୍ଟ

ଏହି ଲୋକଙ୍କ ପାଇଁ ଖୁବ୍ ଘାତକ ହୋଇପାରେ ପାରାସିଟାମଲ :ରିପୋର୍ଟ

ନୂଆଦିଲ୍ଲୀ: ପ୍ରାୟତଃ ଳୋକଙ୍କୁ ଜର କିମ୍ବା ମୁଣ୍ଡବିନ୍ଧା ହେଲେ ଲୋକେ ଡାକ୍ତରଙ୍କ ବିନା ପରାମର୍ଶରେ ପାରାସିଟାମଲ୍ ଟାବଲେଟ୍ ବ୍ୟବହାର କରନ୍ତି। କିନ୍ତୁ ଏଭଳି କରିବା ଆପଣଙ୍କ ପାଇଁ ଘାତକ ପ୍ରମାଣିତ ହୋଇପାରେ। ବିଶେଷ ଭାବରେ ବୟସ୍କଙ୍କ ପାଇଁ ଏହା ମୃତ୍ୟୁର କାରଣ ହୋଇପାରେ। ନୂଆ ଏକ ଷ୍ଟଡିରୁ ଏହା ଜଣାପଡିଛି। ବିଶେଷ ଭାବରେ ଜ୍ୱର ଓ ହାଲାକାରୁ ମଧ୍ୟମ ଧରଣର ଦରଜ ପାଇଁ ବ୍ୟବହାର କରାଯାଉଥିବା ପାରାସିଟାମଲ୍ ୬୫ ବର୍ଷ ଓ ଏହାଠାରୁ ଅଧିକ ବୟସର ଲୋକଙ୍କ ଡାଇଜେଷ୍ଟିଭ୍ ସିଷ୍ଟମ, ହାର୍ଟ ଓ କିଡନୀର ଜଟିଳତା ବଢାଇପାରେ। ପାରାସିଟାମଲ୍ ଅଷ୍ଟିଓ ଆର୍ଥରାଇଟିସ୍‌(ଗଣ୍ଠି) ଭଳି ସ୍ଥିତିରେ ପ୍ରଥମ ଓøଷଧ ରୂପର ରେକମଣ୍ଡ କରାଯାଇଥାଏ। ଅଷ୍ଟିଓ ଆର୍ଥରାଇଟିସ୍ ଏକ ଦୀର୍ଘକାଳୀନ ସ୍ଥିତି, ଯାହାଦ୍ୱାରା ଆଣ୍ଠୁଗଣ୍ଠିରେ ଦରଜ ଓ ଫୁଲା ସୃଷ୍ଟି ହୁଏ। ନିକଟରେ ପାରାସିଟାମଲର ପ୍ରଭାବ ଓ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇବାରେ ଲାଗିଛି। କିଛି ଅଧ୍ୟୟନରେ ଏହାକୁ ପେନ୍ କିଲର ଭାବରେ ବ୍ୟବହାର କରାଯାଏ ନିକଟରେ କିଛି ବର୍ଷରେ ଏହାର ପ୍ରଭାବ ଓ ସୁରକ୍ଷା ଉପରେ ପ୍ରଶ୍ନ ଉଠାଯାଇଛି। ସେଭଳି ଅନ୍ୟମାନେ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କଲେ ଅଲସର ଓ ପାଚନତନ୍ତ୍ରରେ ରକ୍ତସ୍ରାବ ଭଳି ଖରାପ ପ୍ରଭାବ ଦେଖିବାକୁ ମିଳିଥାଏ।

ୟୁନିଭର୍ସିଟି ଅଫ୍ ନଟିଂହାମ୍‌, ୟୁକେର ରିସର୍ଚ୍ଚରଙ୍କ ଦ୍ୱାରା କରାଯାଇଥିବା ତାଜା ଅଧ୍ୟୟନରେ ଜଣାପଡିଛି ବାରମ୍ବାର ପାରାସିଟାମଲ ନେବା ଫଳରେ ନିମ୍ନଲିଖିତ ବିପଦ ବଢିପାରେ। ପେପ୍ଟିକ୍ ଅଲସର, କ୍ରୋନିକ୍ କିଡନୀ ଡିଜିଜ୍‌, ହାର୍ଟ ଫେଲ୍‌, ହାଇ ବ୍ଲଡ ପ୍ରେସରର ସମସ୍ୟା ଦେଖିବାକୁ ମିଳିଥାଏ। ଏହି ଅଧ୍ୟୟନ ୧୯୯୮ ରୁ ୨୦୧୮ ଭିତରେ କ୍ଲିନିକାଲ ପ୍ରାକ୍ଟିସ୍ ରିସର୍ଚ୍ଚ ଡାଟାଲିଙ୍କ-ଗୋଲ୍ଡ ଡାଟା ଉପରେ ଆଧାରିତ। ଏଥିରେ ୧.୮୦ ଲକ୍ଷରୁ ଅଧିକ ଏଭଳି ଲୋକ ସ୍ୱାସ୍ଥ୍ୟ ରେକର୍ଡର ବିଶ୍ଲେଷଣ କରାଯାଇଛି। ଯାହାକୁ ୬ ମାସ ଭିତରେ ଦୁଇ କିମ୍ବା ଅଧିକ ଥର ପାରାସିଟାମଲର ପ୍ରେସକ୍ରିପସନ୍ ଦିଆଯାଇଥିଲା। ଏହାର ତୁଳନା ୪.୦୨ ଲକ୍ଷ ଏଭଳି ଲୋକଙ୍କ ସହ କରାଯାଇଛି, ଯିଏକି ବାରମ୍ବାର ପାରାସିଟାମଲ ବ୍ୟବହାର କରିନଥିଲେ। ଅଧ୍ୟୟନର ପ୍ରତିଯୋଗୀଙ୍କ ବୟସ ୭୫ ବର୍ଷ ଥିଲା। ଅଧ୍ୟୟନର ପ୍ରମୁଖ ରିସର୍ଚ୍ଚର ଡକ୍ଟର ଭିୟା ଝାଙ୍ଗ କହିଛନ୍ତି, ପାରାସିଟାମଲ୍‌କୁ ଦୀର୍ଘ ସମୟ ଧରି ଅଷ୍ଟିଓଆର୍ଥରାଇଟିସ୍ ପାଇଁ ଫାଷ୍ଟ ଲାଇନ୍ ଡ୍ରଗ୍ ଭାବରେ ଜଣାଯାଏ । ବିଶେଷ ଭାବରେ ବୟସ୍କ, ଯେଉଁମାନେ ଔଷଧର ଜଟିଳାତାରେ ପ୍ରଭାବିତ ହୋଇଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking