30.1 C
Bhubaneswar
Sunday, February 8, 2026
Homeଖେଳଡବ୍ଲ୍ୟୁଟିସି ଇତିହାସରେ ପନ୍ତ୍‌ଙ୍କ କୀର୍ତ୍ତିମାନ

ଡବ୍ଲ୍ୟୁଟିସି ଇତିହାସରେ ପନ୍ତ୍‌ଙ୍କ କୀର୍ତ୍ତିମାନ

ନୂଆଦିଲ୍ଲୀ: ଷ୍ଟାର୍ ଭାରତୀୟ କ୍ରିକେଟର୍ ଋଷଭ ପନ୍ତ୍ ଶନିବାର ଏକ ସ୍ୱତନ୍ତ୍ର କ୍ଲବ୍‌ରେ ସାମିଲ ହୋଇଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍ (ଡବ୍ଲ୍ୟୁଟିସି) ଇତିହାସରେ ୧୦୦ ଆଉଟ୍ କରିବାରେ ତୃତୀୟ ୱିକେଟ୍‌କିପର୍ ହୋଇଛନ୍ତି। ପନ୍ତ୍ ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର୍‌-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ର ଦ୍ୱିତୀୟ ଦିନ ଏହି ଉପଲବ୍ଧି ହାସଲ କରିଛନ୍ତି। ହର୍ଷିତ ରାଣାଙ୍କ ବଲ୍‌ରେ ମିଚେଲ୍ ଷ୍ଟାର୍କଙ୍କୁ କ୍ୟାଚ୍ କରିବା ପରେ ୨୭ ବର୍ଷୀୟ ଖେଳାଳି ୧୦୦ ମାର୍କ ପୂରଣ କରିଛନ୍ତି। ୩୦ ମ୍ୟାଚ୍‌ରେ ପନ୍ତ୍‌ଙ୍କ ନାମରେ ୮୭ କ୍ୟାଚ୍ ଓ ୧୩ ଷ୍ଟମ୍ପିଂ ରହିଛି। ତାଙ୍କ ପୂର୍ବରୁ କେବଳ ଦୁଇଜଣ ୱିକେଟ୍‌କିପର୍ ଅଷ୍ଟ୍ରେଲିଆର ଆଲେକ୍ସ କେରୀ ଓ ୱେଷ୍ଟଇଣ୍ଡିଜ୍‌ର ଜୋଶୁଆ ଡା ସିଲ୍‌ଭା ଡବ୍ଲ୍ୟୁଟିସିରେ ୧୦୦ ୱିକେଟ୍ ପୂରଣ କରିଛନ୍ତି। ୩୩ ମ୍ୟାଚ୍‌ରେ କେରୀଙ୍କ ନାମରେ ମୋଟ ୧୩୭ (୧୨୫ କ୍ୟାଚ୍‌, ୧୨ ଷ୍ଟମ୍ପିଂ) ଆଉଟ୍ ରହିଛି। ସେହିପରି ଡା ସିଲ୍‌ଭା ୩୦ ମ୍ୟାଚ୍‌ରେ ୧୦୩ କ୍ୟାଚ୍ ଓ ୫ ଷ୍ଟମ୍ପିଂ ସହିତ ମୋଟ ୧୦୮ ଶିକାର କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking