24.1 C
Bhubaneswar
Monday, February 9, 2026
Homeଖେଳପୁଣେ ଟେଷ୍ଟ ପାଇଁ ଉପଲବ୍ଧ ରହିବେ ପନ୍ତ୍ ଓ ଗିଲ୍‌

ପୁଣେ ଟେଷ୍ଟ ପାଇଁ ଉପଲବ୍ଧ ରହିବେ ପନ୍ତ୍ ଓ ଗିଲ୍‌

ପୁଣେ : ଭାରତୀୟ ୱିକେଟ୍‌କିପର୍ ବ୍ୟାଟର୍ ଋଷଭ ପନ୍ତ୍ ଏବଂ ବ୍ୟାଟର୍ ଶୁବମନ ଗିଲ୍ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଉପଲବ୍ଧ ରହିବେ। ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ପନ୍ତ୍‌ଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ସେହିପରି ଗିଲ୍‌ଙ୍କ ବେକରେ ଯନ୍ତ୍ରଣା କାରଣରୁ ସେ ପ୍ରଥମ ଟେଷ୍ଟରେ ଖେଳିନଥିଲେ। ଭାରତର ସହାୟକ କୋଚ୍ ରେୟାନ୍ ଟେନ୍ ଡୋସେଟ୍ ମଙ୍ଗଳବାର କହିଛନ୍ତି, ଋଷଭ ସୁସ୍ଥ ଅଛନ୍ତି ଏବଂ ପୁଣେ ଟେଷ୍ଟରେ ଖେଳିବା ପାଇଁ ଫିଟ୍ ରହିବେ ବୋଲି ଆଶା କରାଯାଉଛି।

ବେଙ୍ଗାଲୁରୁରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ପନ୍ତ୍‌ଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା, ଯାହା ଫଳରେ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲ୍ କିପିଂ କରିଥିଲେ। ତେବେ ପନ୍ତ୍ ଦ୍ୱିତୀୟ ଇନିଂସ୍‌ରେ ବ୍ୟାଟିଂ କରିବାକୁ ଆସି ୯୯ ରନ୍‌ର ଇନିଂସ୍ ଖେଳିଥିଲେ। କାର୍ ଦୁର୍ଘଟଣା ପରେ ସର୍ଜରୀ ହୋଇଥିବା ପନ୍ତ୍‌ଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଗିଲ୍‌ଙ୍କ ଫିଟ୍‌ନେସ୍ ସମ୍ପର୍କରେ ଡୋସେଟ୍ କହିଛନ୍ତି, ବେଙ୍ଗାଲୁରୁରେ ସେ ଗତ ସପ୍ତାହରେ ନେଟ୍‌ରେ ବ୍ୟାଟିଂ କରିଥିଲେ। ତାଙ୍କର ସାମାନ୍ୟ ସମସ୍ୟା ରହିଥିଲେ ବି ଦ୍ୱିତୀୟ ଟେଷ୍ଟ ପାଇଁ ଉପଲବ୍ଧ ରହିବେ ବୋଲି ଡୋସେଟ୍ ଆଶାବ୍ୟକ୍ତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking