19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶପନ୍ନୁ ହତ୍ୟା ଷଡ଼ଯନ୍ତ୍ର ମାମଲା; ‘ର’ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ

ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ମାମଲା; ‘ର’ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ

ନୂଆଦିଲ୍ଲୀ: ଶିଖ୍ ବିଚ୍ଛିନ୍ନତାବାଦୀ ଗୁରପତୱନ୍ତ ସିଂହ ପନ୍ନୁଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଆମେରିକା ସମ୍ଭବତଃ ସାମାନ୍ୟ ନିଷ୍ଠୁର ହୋଇପଡିଛି। ରିପୋର୍ଟ ଅନୁସାରେ ଆମେରିକା ଏବେ ଏହି ଘଟଣାରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ଭାରତୀୟ ଗୁଇନ୍ଦା ଏଜେନ୍ସି ‘ର’ର ଜଣେ ପୂର୍ବତନ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଆମେରିକା ମାଟିରେ ପନ୍ନୁଙ୍କୁ ହତ୍ୟା କରିବା ଷଡ଼ଯନ୍ତ୍ରରେ ଏହି ‘ର’ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଆମେରିକା ଅଭିଯୋଗ କରିଛି। ଆମେରିକା କହିଛି ଯେ ‘ର’ ର ଏହି ପୂର୍ବତନ ଅଧିକାରୀ ଜଣକ ହେଉଛନ୍ତି ୩୯ ବର୍ଷୀୟ ବିକାଶ ଯାଦବ।

ବିକାଶ ଯାଦବଙ୍କୁ ଭାରତର ବୈଦେଶିକ ଗୁଇନ୍ଦା ସେବା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍ ନିଯୁକ୍ତ କରିଛି। ଆମେରିକାର ଫେଡେରାଲ ପ୍ରସିକ୍ୟୁଟରମାନେ ଗୁରୁବାର ନ୍ୟୁୟର୍କର ଏକ ଆମେରିକୀୟ ଅଦାଲତରେ ବିକାଶ ଯାଦବଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି। ପନ୍ନୁଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଓ ମନି ଲଣ୍ଡରିଂ ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି। ତେବେ ବିକାଶ ଯାଦବ ଏବେ ଫେରାର ରହିଥିବା ଆମେରିକାର ନ୍ୟାୟ ବିଭାଗ କହିଛି।

ଅନ୍ୟପକ୍ଷେ ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର ନିଶ୍ଚିତ କରିଛନ୍ତି ଯେ, ଆମେରିକୀୟ ନ୍ୟାୟ ବିଭାଗର ଅଭିଯୋଗରେ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଆଉ ଭାରତର ସରକାରୀ କର୍ମଚାରୀ ନାହାନ୍ତି। ସେହିପରି ଚେକ୍ ରିପବ୍ଲିକ୍‌ରୁ ଗିରଫ ହୋଇଥିବା ଅନ୍ୟଜଣେ ଭାରତୀୟ ମଧ୍ୟ ଏବେ ଆମେରିକା ହେପାଜତ୍‌ରେ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking