29.1 C
Bhubaneswar
Friday, May 30, 2025
Homeଓଡିଶାପଙ୍କଜ ଲୋଚନ ମହାନ୍ତି ଓସିଏ ସଭାପତି

ପଙ୍କଜ ଲୋଚନ ମହାନ୍ତି ଓସିଏ ସଭାପତି

ଭୁବନେଶ୍ୱର: ପଙ୍କଜ ଲୋଚନ ମହାନ୍ତି ଓସିଏ ସଭାପତି ନିର୍ବାଚିତ । ଓସିଏ(ଓଡ଼ିଶା କ୍ରିକେଟ ଆସୋସିଏସନ୍‌) ବିଧିବଦ୍ଧ ଭାବେ ଏନେଇ ଘୋଷଣା କରିନଥିଲେ ହେଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ପଙ୍କଜ ବର୍ତ୍ତମାନ ଓସିଏରର କାର୍ଯ୍ୟକାରୀ ସଭାପତି ରହିଛନ୍ତି । ପ୍ରକାଶଥାଉକି, ଗତ ଡିସେମ୍ବର ୨୯ ତାରିଖରେ ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଓସିଏ ସଭାପତି ପଦରୁ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେବା ନେଇ କହିଥିଲେ । ୨୮ ଅକ୍ଟୋବର ୨୦୨୨ରେ ଓଡିଶା କ୍ରିକେଟ ଆସୋସିଏସନର ସଭାପତି ମଙ୍ଗ ଧରିଥିଲେ ବବି ଦାଶ । ତେବେ ବବିଙ୍କର ଇସ୍ତଫା ପରେ ପଙ୍କଜ ଲୋଚନ ମହାନ୍ତି ଓସିଏରର କାର୍ଯ୍ୟକାରୀ ସଭାପତି । ବର୍ତ୍ତମାନ ସେ ନିର୍ଦ୍ୱନ୍ଦ୍ୱରେ ଓସିଏ ସଭାପତି ନିର୍ବାଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking