28.1 C
Bhubaneswar
Thursday, October 17, 2024
Homeଓଡିଶାଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ପଠାଇବାକୁ ବିରୋଧ କରିଥିଲେ ପାଣ୍ଡିଆନ୍ : ପ୍ରସନ୍ନ ପାଟ୍ଟଣାଶୀ

ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ପଠାଇବାକୁ ବିରୋଧ କରିଥିଲେ ପାଣ୍ଡିଆନ୍ : ପ୍ରସନ୍ନ ପାଟ୍ଟଣାଶୀ

ଭୁବନେଶ୍ୱର : ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଣାଶୀଙ୍କ ବଡ଼ ଖୁଲାସା । ଭି.କେ ପାଣ୍ଡିଆନ୍‌ଙ୍କୁ ନେଇ ଅନେକ ଗୁମର ଖୋଲିଛନ୍ତି। ସେ କହିଛନ୍ତି ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ପଠାଇବାକୁ ବିରୋଧ କରିଥିଲେ ପାଣ୍ଡିଆନ । ପାଣ୍ଡିଆନ ବିରୋଧ କରିଥିବା ଖୋଲାଖୋଲି କହିଲେ ପ୍ରସନ୍ନ ପାଟ୍ଟଶାଣୀ। ସେ କହିଛନ୍ତି, ‘ମୋତେ କହିଲେ ତୁମେ କାହିଁକି କହୁଥିଲ ଗୀତାଙ୍କୁ ରାଜ୍ୟସଭା ପଠାଇବାକୁ। ଏନେଇ ମୋତେ ଫୋନ୍ କରି ତାଗିଦ କଲେ, ମୁଁ ତ ଚକିତ ହୋଇଗଲି’ ବୋଲି ପ୍ରସନ୍ନ ପଟ୍ଟଶାଣୀ କହିଛନ୍ତି । ସେହିଭଳି ନବୀନ ଆଉ ଆଗ ଭଳି ନାହାନ୍ତି ଏବଂ ପ୍ୟାରି ଓ ପାଣ୍ଡିଆନଙ୍କ ଭିତରେ ଅନେକ ଫରକ ରହିଛି ବୋଲି ଖୋଲାଖୋଲି ଭାବେ କହିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ । ସେପଟେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

ସାଧାରଣ ନିର୍ବାଚନ ପରେ ବିଜେଡିରେ ସବୁ କିଛି ଠିକଠାକ ଚାଲିନଥିବା ଆଶଙ୍କା ସୃଷ୍ଟି ହେଉଛି । ବିଜେଡି ନେତା ଦଳ, ଦଳର ସଭାପତି ଓ ଦଳର ନେତାଙ୍କ ଗୋହି ଖୋଳିବାରେ ଲାଗିଛନ୍ତି । ଫଳରେ ଦଳରେ ଅସନ୍ତୋଷ ବିସ୍ଫୋରଣ ରୂପ ନେବାରେ ଲାଗିଛି । ସାଧାରଣ ଓ ବିଧାନସଭା ନିର୍ବାଚନରେ ବଡ଼ ବିପର୍ଯ୍ୟୟ ପରେ ‘ବିଜେଡ଼ି’ରେ ସବୁ କିଛି ଏବେ ଠିକ ନାହିଁ । ଭି.କେ ପାଣ୍ଡିଆନଙ୍କ ପ୍ରସଙ୍ଗରେ ଯେଉଁ ଅନ୍ତକନ୍ଦଳ ଥିଲା, ତାହା ଧିରେ ଧିରେ ବିସ୍ଫୋରଣ ହେବାରେ ଲାଗିଛି । ମୁହଁ ଖୋଲିବାରେ ଲାଗିଛନ୍ତି ଜଣେ ପରେ ଜଣେ ବରିଷ୍ଠ ନେତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking