ଭୁବନେଶ୍ୱର: ପାଣ୍ଡିଆନ ଆମ ନେତା ନୁହଁନ୍ତି ଏଭଳି କହି ସମ୍ବିତ ରାଉତରାୟଙ୍କୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । କହିଲେ ସମ୍ବିତ ଯାହା କହିଛନ୍ତି ଠିକ କହିଛନ୍ତି, ପାଣ୍ଡିଆନ ଆମ ନେତା ନୁହଁନ୍ତି, ଆମର ଜଣେ ନେତା ନବୀନ ପଟ୍ଟନାୟକ । ଦଳରେ ଗୋଷ୍ଠୀ କନ୍ଦଳ ନାହିଁ, ସମସ୍ତେ ଠିକ ସଂଗଠିତ ଅଛନ୍ତି । ଭୋଜିଭାତକୁ ନେଇ ଗୋଷ୍ଠୀକନ୍ଦଳ କହିବା ଠିକ ନୁହେଁ । ସୂଚନାଥାଉକି ଗତକାଲି, ବିଜେଡି ନେତା ସମ୍ବିତ ରାଉତରାୟ କହିଥିଲେ , ଦୂରିଆ ନେତାଙ୍କ ସହ ଦେଖା ହୋଇନଥିଲା, ସେଥିପାଇଁ ଭୋଜି, ମେଳି ନ ଥିଲା । ଦଳ ହାରିଗଲା ପରେ ଏବେ ଆଉ ଭୋଜିଭାତ କଟକଣା ନାହିଁ । ପାଣ୍ଡିଆନଙ୍କ ଭୂମିକା ନେଇ ମଧ୍ୟ ପ୍ରତିକ୍ରିୟା ରଖିଥିଲେ । କହିଥିଲେ ସରକାର ଥିବା ବେଳେ ସିଏ ଗୋଟିଏ ଫ୍ୟାକ୍ଟର ଥିଲା, ଜଣେ ଗୁଡ୍ ମ୍ୟାନେଜର । କିନ୍ତୁ ନେତା ହିସାବରେ ଆମେ ଚାଙ୍କୁ କେବେ ମାନି ନାହୁଁ । ପାଣ୍ଡିଆନଙ୍କ ପ୍ରତି ଆମର ଦୁର୍ବଳତା ରହିଛି । ନବୀନଙ୍କ ସେବା କରୁଥିବାରୁ ଆମ ଦୁର୍ବଳତା ରହିଛି । ବିଜେଡିର ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ନିର୍ଦ୍ଦେଶକୁ ଆମ ପାଖରେ ପହଞ୍ଚାଉଥିଲେ ପାଣ୍ଡିଆନ । ସୁଜତାଙ୍କ ଦଳରେ ଯୋଗ ଦେବା ନେଇ କୌଣସି ଖବର ନାହିଁ ।










