ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ସପ୍ତମ ଦିନ । ଏହି ସମୟରେ ଆସିଲା ବଡ ଖବର । ରାଜ୍ୟରେ ବର୍ତ୍ତମାନ ଗଠନ ହେବନି ପଞ୍ଚାୟତ କି ବ୍ଲକ। ଏନେଇ ଗୃହରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଉତ୍ତର ରଖି କହିଛନ୍ତି ଯେ ୨୫୦୧ ଗାଁର ପଡା ଗାଁ ମାନ୍ୟତା ଆବେଦନ ଖାରଜ ହୋଇଛି। ୫,୫୬୬ ଗାଁକୁ ପଡା ଗାଁ ମାନ୍ୟତା ଦେବାକୁ ଆବେଦନ ଥିଲା। ଅବଶିଷ୍ଟ ୧,୧୭୭ ଗାଁର ପ୍ରସ୍ତାବ ବିଚାରାଧୀନ ଅଛି। ଏହାସହ ରାୟଗଡାରୁ ସର୍ବାଧିକ ୨୫୬, ମାଲକାନଗିରିରୁ ୨୩୫, ଗଜପତିରୁ ୨୩୩, ଗଞ୍ଜାମର ୨୦୦ ଗାଁକୁ ପଡା ଗାଁ କରିବାର ଆବେଦନ ଖାରଜ ହୋଇଛି।










