23.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶରିଲିଜ୍ ହେବା ମାତ୍ରେ ଅନଲାଇନ୍‌ରେ ଲିକ୍ ହେଲା  ପଞ୍ଚାୟତ-୪ ସିରିଜ

ରିଲିଜ୍ ହେବା ମାତ୍ରେ ଅନଲାଇନ୍‌ରେ ଲିକ୍ ହେଲା  ପଞ୍ଚାୟତ-୪ ସିରିଜ

ନୂଆଦିଲ୍ଲୀ: ଓଟିଟି ରେ ସବୁଠାରୁ ପସନ୍ଦ କରାଯାଇଥିବା ସିରିଜ ମଧ୍ୟରୁ ପଞ୍ଚାୟତ ସିରିଜ ଦର୍ଶକଙ୍କ ମନକୁ ଛୁଇଁଛି । ପୂର୍ବରୁ ଏହାର ତିନୋଟି ସିରିଜ ହିଟ ହେବା ସହ ପ୍ରଶଂସକମାନଙ୍କୁ ବେଶ ଆତ୍କୃଷ୍ଟ କରିଥିଲା । ଯେଉଁଥିପାଇଁ ଅପେକ୍ଷା ଥିଲା ତାହା ଆଜି ଅନ୍ତ ହେଇଛି । ରିଲିଜ ହୋଇଛି ପଞ୍ଚାୟତ ସିଜିନ ୪ । ହେଲେ ବଡ କଥା ଯେ ଆନୁଷ୍ଠାନିକ ଭାବେ ରିଲିଜ ହେବାର କିଛି ଘଣ୍ଟା ପରେ ଏହି ସିରିଜ ପାଇରେସିର ଶିକାର ହୋଇଛି । ଏହି ସିଜିନକୁ ମାଗଣା ଡାଉନଲୋଡ ପାଇଁ ସୋସିଆଲ ମିଡିଆରେ ବେଆଇନ ଭାବରେ ସେୟାର କରାଯାଉଛି । ଏହା ପାଇରେସି ସାଇଟରେ ୨୪୦ପି ରୁ ଏଚଡି ଯାଏଁ ବିଭିନ୍ନ ରିଜଲ୍ୟୁସନରେ ଉପଲବ୍ଧ । ସେହି ସମୟରେ, ଲୋକମାନେ “ପଞ୍ଚାୟତ 4 HD ଡାଉନଲୋଡ୍,” “ପଞ୍ଚାୟତ 4 ତାମିଲରକର୍ସ,” ଏବଂ “ପଞ୍ଚାୟତ 4 ଫ୍ରି ଡାଉନଲୋଡ୍” ସର୍ଚ୍ଚ କରି ଏହାକୁ ମାଗଣାରେ ଡାଉନଲୋଡ୍ କରୁଛନ୍ତି।

ଜଣେ ବ୍ୟବହାରକାରୀ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ ତାଙ୍କ ପାଖରେ ୪୮୦ପି, ୭୨୦ପି, ଏବଂ ୧୦୮୦ପି କ୍ୱାଲିଟିର ମାଗଣା ସିରିଜ ଡାଉନଲୋଡ କରିବାର ଲିଙ୍କ ରହିଛି । ଟ୍ୱିଟରରେ ଏପରି ଅନେକ ପୋଷ୍ଟ ଭାଇରାଲ ହେଉଛି । ଯେଉଁଥିରେ ସିରିଜ ଗୁଡିକ ମାଗଣାରେ ଡାଉନଲୋଡ କରିବାର ଲିଙ୍କ ବେଆଇନ ଭାବରେ ସେୟାର କରାଯାଉଛି । ଏହି ସିରିଜ ରେ ଜିତେନ୍ଦ୍ର କୁମାର, ରଘୁବୀର ଯାଦବ, ନୀନା ଗୁପ୍ତା, ସାନଭିକା, ଚନ୍ଦନ ରୟ, ଦୁର୍ଗେଶ କୁମାର, ଅଶୋକ ପାଠକ, ଫୈସଲ ମଲିକ, ସୁନିତା ରାଜୱାର ଏବଂ ପଙ୍କଜ ଝା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏଥର ସିଜିନ ୪ରେ ଫୁଲେରା ଗାଁରେ ନିର୍ବାଚନୀ ପରିବେଶ ରହିଛି। ମଞ୍ଜୁ ଦେବୀ ଏବଂ କ୍ରାନ୍ତି ଦେବୀ ମଧ୍ୟ ସ୍ଥାନୀୟ ନିର୍ବାଚନ ଜିତିବା ପାଇଁ ଲଢ଼ୁଛନ୍ତି। ଚତୁର୍ଥ ସିଜିନରେ, ରିଙ୍କି ଏବଂ ସଚିବ  ଙ୍କ ପ୍ରେମ କାହାଣୀ ମଧ୍ୟ ଆଗକୁ ବଢ଼ୁଥିବା ଦେଖାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking