ଭୁବନେଶ୍ୱର: ଆଜିଠୁ ଧର୍ମମାସ କାର୍ତ୍ତିକର ପଞ୍ଚକ ବ୍ରତ ଆରମ୍ଭ ହୋଇଛି । ସାରା ମାସ ବ୍ରତରେ ଯେତିକି ପୁଣ୍ୟ ହୋଇନଥାଏ, ୫ ଦିନ ବ୍ରତ ପାଳନରେ ତା’ଠାରୁ ଅଧିକ ପୁଣ୍ୟ ହୁଏ ବୋଲି ବିଶ୍ବାସ ରହିଛି । ଏଥର ୫ ଦିନ ବଦଳରେ ୪ ଦିନ ପଞ୍ଚକ ବ୍ରତ ପାଳନ କରାଯିବ । କାର୍ତ୍ତିକ ଶୁକ୍ଳ ଦ୍ବାଦଶୀ କ୍ଷୟ ହେଉଥିବାରୁ ୪ ଦିନ ବ୍ରତ ପାଳନ କରାଯିବ । ରବିବାର ପ୍ରଥମ ଦିନରେ ଲକ୍ଷ୍ମୀ ନାରାୟଣ ବେଶ, ସୋମବାର ଡାଳିକିଆ ବା ତ୍ରିବିକ୍ରମ ବେଶ, ମଙ୍ଗଳବାର ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ପାଇପାରିବେ । ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ସିଂହଦ୍ଵାରରେ ପ୍ରବେଶ, ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା ରହିଛି । ସୁରକ୍ଷା ଦୃଷ୍ଟିକୋଣରୁ ୩୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।










