32.1 C
Bhubaneswar
Sunday, March 22, 2026
Homeଓଡିଶାଆଜିଠୁ କାର୍ତ୍ତିକ ମାସର ପଞ୍ଚକ ଓ ବଡ ଓଷା ଯାତ୍ରା

ଆଜିଠୁ କାର୍ତ୍ତିକ ମାସର ପଞ୍ଚକ ଓ ବଡ ଓଷା ଯାତ୍ରା

କଟକ: ଆଜିଠୁ ଆରମ୍ଭ  ହେବ କାର୍ତ୍ତିକ ମାସର ପଞ୍ଚକ ଓ ବଡ ଓଷା ଯାତ୍ରା ।  କଟକ ଜିଲ୍ଲାର ଅନ୍ୟତମ   ଶୈବ ପୀଠ  ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ  ହଜାର ହଜାର ଶ୍ରଦ୍ଧାଳୁ   ସେଥିପାଇଁ ପ୍ରଶାସନ ପକ୍ଷରୁ  ସମସ୍ତ ପ୍ରକାର  ପ୍ରସ୍ତୁତି  ଶେଷ ହୋଇଛି ।  ଶ୍ରଦ୍ଧାଳୁମାନେ ଶାନ୍ତି ଶୃଙ୍ଖଳାର ସହ  ଦର୍ଶନ କରିବା ଲାଗି  କଂକ୍ରିଟ ପୋଲ ଠାରୁ ଆରମ୍ଭ କରି  ମନ୍ଦିର ବେଢା ପର୍ଯ୍ୟନ୍ତ ବ୍ୟାରିକେଡ , ୩୨ଟି ସ୍ଥାନରେ   ସିସିଟିଭି  ଲଗାଯିବା ସହିତ ଓଡ୍ରାଫ , ଅଗ୍ନିଶମ ଟିମଙ୍କୁ ନିୟୋଜିତ କରାଯାଇଛି । ଚଳିତ ବର୍ଷ ୪ ଦିନ ପଞ୍ଚକ ପଡୁଥିବା ବେଳେ ଧବଳେଶ୍ୱର ଙ୍କ ପୀଠରେ ପଞ୍ଚକ ପାଞ୍ଚ ଦିନରେ ୫ଟି ବେଶ କରାଯିବା ପାଇଁ ପୂଜକ ସମିତି ପକ୍ଷରୁ ନିଷ୍ପତି କରାଯାଇଛି। ଏ ନେଇ ଗତକାଲି କଟକ ଗ୍ରାମୀଣ ପୋଲିସ ପକ୍ଷରୁ ଧବଳେଶ୍ୱର ଫାଣ୍ଡି ପରିସରରେ  କଟକ ଜିଲ୍ଲା ଗ୍ରାମୀଣ ଏସ୍‌ପିଙ୍କ ଉପସ୍ଥିତିରେ  ମକ୍ ଡ୍ରିଲ କରାଯାଇଥିଲା।କଟକ ଠାରୁ  ଧବଳେଶ୍ୱର ପୀଠକୁ ଦୁଇ ଚକିଆ ଗାଡି ନେଇ ଆସୁଥିବା ଭକ୍ତ ମାନେ ନୂଆପାଟଣା ଛକ ଠାରୁ ପାଇକେରାପୁର ଗାଡି ଷ୍ଟାଣ୍ଡ କୁ ଯାଇପାରିବେ ।  ଯେଉଁ ଭକ୍ତ ମାନେ ୪ ଚକିଆ ଯାନ ଧରି ଆସିବେ ସେମାନେ ନୂଆପାଟଣା ଛକ ଠାରୁ ୫୫ ନମ୍ବର  ଜାତୀୟ ରାଜପଥ ଦେଇ ବାଳି ଛକ ଠାରୁ ସୁନିଆମୁଂହ ରାସ୍ତାରେ ବିଦ୍ୟାଧରପୁର ଓ ଧବଳେଶ୍ୱର ଫାଣ୍ଡି ପଡିଆ ଦୁଇଟି ପାର୍କିଂ କୁ ଆସି ପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking