27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶପାଲେଷ୍ଟାଇନ ରାଷ୍ଟ୍ରଦୂତଙ୍କ ବିବାଦୀୟ ବୟାନ୍‌: ଟ୍ରମ୍ପ ଏକ ମାରଣା ଷଣ୍ଢ ଭଳି ହେଉଛନ୍ତି

ପାଲେଷ୍ଟାଇନ ରାଷ୍ଟ୍ରଦୂତଙ୍କ ବିବାଦୀୟ ବୟାନ୍‌: ଟ୍ରମ୍ପ ଏକ ମାରଣା ଷଣ୍ଢ ଭଳି ହେଉଛନ୍ତି

ୱାଶିଂଟନ: ‘ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଏକ ମାରଣା ଷଣ୍ଢ ଭଳି ହେଉଛନ୍ତି, ଯାହା ନୀତି ଅନୁଯାୟୀ ଠିକ୍ ନୁହେଁ। ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେ କେବଳ ନିଜ ପୂର୍ବ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ବାଚାଳାମି କରୁଛନ୍ତି।’ ବାଂଲାଦେଶରେ ଅବସ୍ଥାପିତ ପାଲେଷ୍ଟାଇନର ରାଷ୍ଟ୍ରଦୂତ ୟୁସୁଫ ରମଜାନ ଟ୍ରମ୍ପ୍‌ଙ୍କ ଉଦ୍ଦେଶ୍ୟରେ ଏପରି କିଛି ମନ୍ତବ୍ୟ ଦେଇଛନ୍ତି।

ରମଜାନଙ୍କ କହିବା ଅନୁଯାୟୀ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗାଜାରେ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର କରି ନିଜର କ୍ଷମତା ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ନେତାନ୍ୟାହୁ ଜାଣନ୍ତି ଯେ ଗାଜାରେ ସଂଘର୍ଷ ହେବା ପର୍ଯ୍ୟନ୍ତ ହିଁ ତାଙ୍କର କ୍ଷମତା ରହିବ। ଆମେରିକା ତାଙ୍କର ସହଯୋଗୀ, ତେଣୁ ଗାଜାବାସୀ ଡୋନାଲ୍ଡ ଟ୍ରମ୍ପଙ୍କୁ ବିଶ୍ୱାସ କରିବାର ସମ୍ଭାବନା ନାହିଁ। ବାଂଲାଦେଶୀ ଖବରକାଗଜ ‘ଢାକା ଟ୍ରିବ୍ୟୁନ୍‌’ରେ ପ୍ରକାଶିତ ଏକ ଲେଖାରେ ରମଜାନ ଲେଖିଛନ୍ତି ଯେ ଟ୍ରମ୍ପ ଯେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ସେଠାରେ ଶାନ୍ତି ଆଣିବା ପରିବର୍ତ୍ତେ କେବଳ ଅଧିକ ଲୋକଙ୍କୁ ଉତ୍ତେଜିତ କରିବ। ଗାଜାର ଲୋକମାନେ କ’ଣ ଚାହୁଁଛନ୍ତି ତାହା ଟ୍ରମ୍ପ୍ ବୁଝିପାରୁନାହାନ୍ତି।

ଗାଜା ଷ୍ଟ୍ରିପ୍ ପାଲେଷ୍ଟାଇନ୍ ଭୌଗୋଳିକ ସୀମାରେଖାର ଅଂଶବିଶେଷ ହୋଇଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ୍ ଗାଜା ଷ୍ଟ୍ରିପ୍ ଉପରେ ଆମେରିକା ସରକାରଙ୍କ ନିୟନ୍ତ୍ରଣ ଚାହୁଁଛନ୍ତି। ଏହିକ୍ରମେ ସେ ଏଠାରୁ ସମସ୍ତ ପାଲେଷ୍ଟାଇନୀୟ ନାଗରିକଙ୍କୁ ବିସ୍ଥାପିତ କରିବାକୁ ଏବଂ ଏଥିପାଇଁ ଆବଶ୍ୟକସ୍ଥଳେ ସେନା ନିୟୋଜନ କରିବାକୁ ମଧ୍ୟ ଧମକ ଦେଇଆସୁଛନ୍ତି। ବିଶେଷକରି ଟ୍ରମ୍ପ୍ ଖୁଲମଖୁଲ୍ଲା ଗାଜାକୁ ନିଜ ନିୟନ୍ତ୍ରଣକୁ ନେବେ ବୋଲି କହିବା ପରଠାରୁ ବିଶ୍ୱବ୍ୟାପୀ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏଭଳି ଏକ ପ୍ରସଙ୍ଗ ଉପରେ ଯେତେବେଳେ ବାଂଲା ସ୍ଥିତ ପାଲେଷ୍ଟାଇନ୍ ରାଷ୍ଟ୍ରଦୂତ ୟୁସୁଫ୍‌ଙ୍କୁ ପ୍ରଶ୍ନ କରାଗଲା ସେତେବେଳେ ସେ ଏହିପ୍ରକାର ମନ୍ତବ୍ୟ ଦେଇଛନ୍ତି। ୟୁସୁଫ ଟ୍ରମ୍ପଙ୍କ ପ୍ରସ୍ତାବକୁ ମଜାକ୍ ବୋଲି କହିଛନ୍ତି। ପ୍ରକାଶ, ଟ୍ରମ୍ପ୍‌ଙ୍କ ମନ୍ତବ୍ୟକୁ ଆରବ ରାଷ୍ଟ୍ର ସମୂହ ମଧ୍ୟ ପ୍ରବଳ ବିରୋଧ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking