19.1 C
Bhubaneswar
Monday, December 15, 2025
Homeଦେଶ ବିଦେଶପାଲେଷ୍ଟାଇନ ପତକା ଧରି ରିଲ୍ସ କରିବା ପଡିଲା ମାହାଙ୍ଗା ; ଗିରଫ ହେଲେ ୬ ନାବାଳକ

ପାଲେଷ୍ଟାଇନ ପତକା ଧରି ରିଲ୍ସ କରିବା ପଡିଲା ମାହାଙ୍ଗା ; ଗିରଫ ହେଲେ ୬ ନାବାଳକ

କର୍ଣ୍ଣାଟକ : ସୋସିଆଲ ମିଡିଆରେ ପ୍ଲାଟଫର୍ମରେ ପାଲେଷ୍ଟାଇନ ପତାକା ଧରି ବାଇକରେ ଚଢିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୬ ଜଣ ନାବାଳକଙ୍କୁ କର୍ଣ୍ଣାଟକ ପୋଲିସ ଗିରଫ କରିଛି। ଏହି ଘଟଣାଟି ରବିବାର ଦିନ ରାତି ପ୍ରାୟ ୧ଟା ସମୟରେ ଚିକକାମାଲୁରୁ ସହରର ଦନ୍ତରାମାକି ରାସ୍ତାରେ ଘଟିଛି ବୋଲି ସୂଚନା ମିଳିଛି। ପୋଲିସର ସୂଚନାନୁସାରେ, ସେମାନଙ୍କ ମଧ୍ୟରୁ ତିନିଜଣ ଦୁଇ ଚକିଆ ଯାନରେ ଚଢ଼ିଥିଲେ ଏବଂ ପିଲିଅନରେ ବସିଥିବା ଜଣେ ୧୭ ବର୍ଷର ବାଳକ ପାଲେଷ୍ଟାଇନ ପତାକା ଧରି ଏହାକୁ ହଲାଉଥିବାର ଅଭିଯୋଗ ହୋଇଥିବାବେଳେ ତାଙ୍କର ତିନି ବନ୍ଧୁ ଅନ୍ୟ ଏକ ବାଇକରେ ଯାଉଥିଲେ। ସେମାନେ ‘ପାଲେଷ୍ଟାଇନକୁ ମୁକ୍ତ କରାଯାଉ’ ର ସ୍ଲୋଗାନ ମଧ୍ୟ ଦେଉଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଯେ “ଆମେ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଯୁବକଙ୍କୁ ଗିରଫ କରିଛୁ । ସେମାନେ ସମସ୍ତେ ନାବାଳକ ଅଟନ୍ତି । ଆମେ ଭାରତୀୟ ଜଷ୍ଟିସ କୋଡର ଉପଯୁକ୍ତ ବିଭାଗ ଅଧୀନରେ ଏକ ମାମଲା ରୁଜୁ କରିଛୁ। ତେବେ ତାଙ୍କୁ ଏ ସମ୍ପର୍କରେ ପଚାର ଯିବାକୁ ସେ କହିଥିଲେ କି ସେମାନେ ଉତ୍ତରପ୍ରଦେଶରେ ଏକ ଶୋଭାଯାତ୍ରାର କିଛି ଭିଡିଓ ଦେଖିଥିଲେ ଯେଉଁଥିରେ ଲୋକମାନେ ଠିକ ଏଭଳି ପାଲେଷ୍ଟାଇନ ପତାକା ଧରିଥିବାର ନଜର ଆସିଥିଲେ ତେବେ ସେମାନେ ଇନଷ୍ଟାଗ୍ରାମରେ ଏହି ସମାନ ରିଲକୁ କରିବାକୁ ଚାହୁଁ ଏମିତି ଭିଡ଼ିଓ ତିଆରି କରିଥିଲେ । ଏହାପୂର୍ବରୁ ବିଜେପିର ପୂର୍ବତନ ସାଧାରଣ ସମ୍ପାଦକ ତଥା ଏମଏଲସି ସିଟି ରବି ଅଭିଯୋଗ କରିଛନ୍ତି ଯେ ବିନା ଅନୁମତିରେ ଗତକାଲି ୨୦ ରୁ ଅଧିକ ଦୁଇ ଚକିଆ ଯାନ ଏବଂ ଗୋଟିଏ ଚାରି ଚକିଆ ଯାନରେ ପାଲେଷ୍ଟାଇନ ପତାକା ଧରି ଏକ ରାଲି କରାଯାଇଥିଲା। ସେ କହିଛନ୍ତି, “ମୁଁ ସୂଚନା ପାଇଛି ଯେ ସମ୍ପୃକ୍ତ ବ୍ୟକ୍ତିଙ୍କ ସପକ୍ଷରେ କିଛି ପ୍ରଭାବଶାଳୀ ବ୍ୟକ୍ତି ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ, ୨୦୦ ରୁ ଅଧିକ ଲୋକ ପୋଲିସ ଷ୍ଟେସନ ସମ୍ମୁଖକୁ ଆସିଥିଲେ, ତେଣୁ ସେମାନଙ୍କଠାରୁ ଏକ ସ୍ପଷ୍ଟୀକରଣ ମାଗିଥିଲେ ଏବଂ ସେମାନଙ୍କୁ ଯିବାକୁ ଅନୁମତି ଦିଆଯାଇଥିଲା … ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବାକୁ ଏବଂ ସେମାନଙ୍କ ପଛରେ ଥିବା ନେଟୱାର୍କକୁ ନଷ୍ଟ କରିବାକୁ ମୁଁ ପୋଲିସକୁ ଅନୁରୋଧ କରିଥିଲି, ଏହି ଘଟଣାର ସଠିକ ଭାବେ ତଦନ୍ତ କରାଯିବା ଉଚିତ ବୋଲି କହିଛନ୍ତି । “

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking