31.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶପାକିସ୍ତାନର ଆତଙ୍କୀ ଆଡ୍ଡା ଧ୍ବଂସ

ପାକିସ୍ତାନର ଆତଙ୍କୀ ଆଡ୍ଡା ଧ୍ବଂସ

ନୂଆଦିଲ୍ଲୀ : ଭାରତ ଉପରେ ପାକିସ୍ତାନର ମିସାଇଲ୍ ଆକ୍ରମଣ। ଦିଲ୍ଲୀକୁ ଲକ୍ଷ୍ୟ କରି ମିସାଇଲ୍ ଛାଡିଥିବା ସୂଚନା ମିଳିଛି। ଫତେହ ୧ କ୍ଷେପଣାସ୍ତ୍ର ଦ୍ଵାରା ପାକିସ୍ତାନ ଆକ୍ରମଣ କରିଥିବା ଜଣାପଡିଛି। ଫତେହ ୧ କ୍ଷେପଣାସ୍ତ୍ରକୁ ଧ୍ବଂସ କରିଛି ବାୟୁସେନା। ହରିୟାଣା ସିର୍ସାରେ ବାୟୁସେନା ମିସାଇଲକୁ ଖସାଇ ଦେଇଛି। ପାକିସ୍ତାନୀ ଆତଙ୍କୀ ଲଞ୍ଚପ୍ୟାଡ୍ ଧ୍ବଂସ କରିଛି ଭାରତ। ଜମ୍ମୁ ନିକଟ ଡ୍ରୋନ୍ ଲଞ୍ଚପ୍ୟାଡକୁ ସେନାମାନେ ଧ୍ବଂସ କରିଛନ୍ତି। ଭାରତର ମିସାଇଲ୍ ମାଡ ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ଏଥିଲାଗି ଜରୁରୀ ବୈଠକ ଡାକିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ସେନା ଅଧିକାରୀଙ୍କ ସହ ଆଲୋଚନା କରିବା ନେଇ ସୂଚନା ରହିଛି। ସେପଟେ ଆଜି ଦିନ ୧୦ଟାରେ ନୂଆଦିଲ୍ଲୀର ସାଉଥ୍ ବ୍ଲକ୍‌ ରେ ସେନା ପକ୍ଷରୁ ପ୍ରେସ୍‌ବ୍ରିଫ୍ କରାଯିବ। ଅପରେସନ୍ ନେଇ ବୟାନ ଜାରି କରିବେ ସେନା ମୁଖପାତ୍ର। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅକ୍ଷ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ। ଦିଲ୍ଲୀରେ ଦିନ ୧୦ଟାରେ ଉଚ୍ଚସ୍ତରୀୟ ବୈଠକ ବସିବ। ସାମ୍ପ୍ରତିକ ସ୍ଥିତିକୁ ନେଇ ବ୍ରେଠକରେ ଆଲୋଚନା ହେବ। ସିଡିଏସ୍ ଏବଂ ୩ ସେନା ମୁଖ୍ୟଙ୍କ ସହ ଆଲୋଚନା କରିବା ନେଇ ସୂଚନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking