35.2 C
Bhubaneswar
Tuesday, May 20, 2025
Homeଦେଶ ବିଦେଶଭାରତ ’ଅପରେସନ୍ ସିନ୍ଦୂର’ ବେଳେ ପାକିସ୍ତାନର ଅପରେସନ୍ ବୁନୟାଦ୍ ଉଲ୍ ମରସୁସ୍’

ଭାରତ ’ଅପରେସନ୍ ସିନ୍ଦୂର’ ବେଳେ ପାକିସ୍ତାନର ଅପରେସନ୍ ବୁନୟାଦ୍ ଉଲ୍ ମରସୁସ୍’

ନୂଆଦିଲ୍ଲୀ: ପାକିସ୍ତାନ ଇଣ୍ଟର ସର୍ଭିସେସ୍ ପବ୍ଲିକ ରିଲେସନ୍ସର ମହାନିର୍ଦ୍ଦେଶକ ଲେଫ୍ଟେନାଣ୍ଟ ଜେନେରାଲ ଅହମ୍ମଦ ସରିଫ୍ ଚୌଧୁରୀଙ୍କ କହିବା କଥା, ଭାରତ ପାକିସ୍ତାନର ୩ଟି ବାୟୁସେନାର ଆଡ୍ଡା ଉପରେ ଆକ୍ରମଣ କରିଛି । ଏହାର ଜବାବରେ ପାକିସ୍ତାନ ପଞ୍ଜାବର ଶିଖ୍ ଇଲାକାରେ ୬ଟି ବାଲାଷ୍ଟିକ୍ ମିଶାଇଲ ମାଡ କରିଛି । ଭାରତ ଯାହା ଆରମ୍ଭ କରିଛି ପାକିସ୍ତାନ ତା’ର ଜବାବ ଦେଉଛି ବୋଲି କହିଛନ୍ତି ପାକ୍ ସେନାଧିକାରୀ । ହେଲେ ଭାରତୀୟ ସେନା ଏହାକୁ ପ୍ରତ୍ୟାକ୍ଷାନ କରିଛି । ପହଲଗାମ୍ ଆକ୍ରମଣ ପରେ ଯୁଦ୍ଧ ବିରତି ନିୟମ ଉଲଂଘନ କରି ପାକିସ୍ତାନ ଭାରତ ସୀମାରେ ଗୁଳି ମାଡ କରିଥିଲା । ଏହାର ଜବାବରେ ଭାରତ ମଧ୍ୟ ପ୍ରତି ଆକ୍ରମଣ କରିଛି । ପାକିସ୍ତାନ ବିରୋଧରେ ଭାରତ ’ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିବାବେଳେ ପାକିସ୍ତାନ ଏହାର ଜବାବରେ ଆରମ୍ଭ କରିଛି ’ଅପରେସନ୍ ବୁନୟାଦ୍ ଉଲ୍ ମରସୁସ୍’ । ଏହି ଅପରେସନ୍ କ୍ରମରେ ପାକିସ୍ତାନ ଲଗାତାର ଡ୍ରୋନ୍ ଆଟାକ କରୁଛି । ଯାହାର ଜବାବ ଦେଉଛି ଭାରତ। ତେବେ ପାକିସ୍ତାନର ଏହି ଅପରେସନର ଅର୍ଥ କ’ଣ?

ପାକିସ୍ତାନ ଆରମ୍ଭ କରିଥିବା ’ଅପରେସନ୍ ବୁନୟାଦ୍ ଉଲ୍ ମରସୁସ୍’ କୋରାନରୁ ଆସିଛି । ଏହାର ଅର୍ଥ ହେଉଛି ମଜବୁତ ପ୍ରାଚୀର ଯାହାକୁ କେହି ଭେଦି ପାରିବେ ନାହିଁ । ପାକିସ୍ତାନ ନିଜର ଏହି ଅଭିଯାନରେ ଲଗାତାର ଭାରତ ସୀମାରେ ଗୁଳି ବର୍ଷା କରିବା ସହ ଡ୍ରୋନ ଆକ୍ରମଣ କରୁଛି । ଫଳରେ ସୀମାବର୍ତ୍ତୀ ଇଲାକାରେ ନିରୀହ ଜନତାଙ୍କର ଜୀବନ ଯାଉଛି । ହେଲେ ଭାରତ କେବଳ ଏହାର ଜବାବ ଦେଉଛି କିନ୍ତୁ ଏଯାଏଁ ନା ପାକିସ୍ତାନର ସାଧାରଣ ଜନତା ନା ପାକ୍ ସେନା ଉପରେ ଆକ୍ରମଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking