16.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶପାକିସ୍ତାନର ପ୍ରସିଦ୍ଧ ଟିକଟକରଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନର ପ୍ରସିଦ୍ଧ ଟିକଟକରଙ୍କୁ ଗୁଳି କରି ହତ୍ୟା

ଇଲାମାବାଦ: ପାକିସ୍ତାନର ରାଜଧାନୀ ଇଲାମାବାଦରେ ପ୍ରସିଦ୍ଧ ଟିକଟକର ସାନା ୟୁସୁଫଙ୍କୁ ଗୁଳି କରି ହତ୍ୟା କରିଥିବା ଏକ ଦୁଖଃଦ ଖବର ସମ୍ନାକୁ ଆସିଛି । ଏହି ଘଟଣାଟି ସୁମ୍ବଲ ପୋଲିସ ଷ୍ଟେସନ ଅଧିନରେ ଆସୁଥିବା ଇସଲାମାବାଦର ସେକ୍ଟର ଜି-୧୩ ସ୍ଥିତ ତାଙ୍କ ବାସଭବନରେ ଘଟିଛି । ପୋଲିସ ସୂଚନା ଅନୁଯାୟୀ, ଉପର ଚିତ୍ରାଲରର ବାସିନ୍ଦା ଥିଲେ ସାନା ୟୁସୁଫ । ତାଙ୍କ ଘରେ ଘରେ ତାଙ୍କୁ ଭେଟିବା ପାଇଁ ଆସିଥିବା ଜଣେ ଅତିଥି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ସାନା ୟୁସୁଫଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପାକିସ୍ତାନ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନ୍ସେସ (ପିଆଇଏମଏସ) ପଠାଯାଇଛି ।

ପ୍ରାରମ୍ବିକ ତଦନ୍ତରେ ହତ୍ୟା ପଛର ଉଦ୍ଦେଶ୍ୟ ଜଣାପଡିନାହିଁ । ପୋଲିସ ବିଭିନ୍ନ ଦୃଷ୍ଟିକୋଣରୁ ମାମଲାର ତଦନ୍ତ କରୁଛି, ଯେଉଁଥିଲେ ପାରସ୍ପରିକ ଶତ୍ରୁତା, ବ୍ୟକ୍ତିଗତ ବିବାଦ କିମ୍ବା ଅନ୍ୟ କୌଣସି କାରଣ ଅନ୍ତର୍ଭୁକ୍ତ ହୋଇପାରେ । ବର୍ତ୍ତମାନ ପୋଲିସ ଏକ ଏଫଆଇଆର ରୁଜୁ କରିଛି ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ବିଭିନ୍ନ ଦଳ ଗଠନ କରାଯାଇଛି । ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ଏବଂ ପାକିସ୍ତାନର ଲୋକମାନେ ସୋସିଆଲ ମିଡିଆରେ ହତ୍ୟାକାଣ୍ଡ ବିଷୟରେ ଆଲୋଚନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking