26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଆଫଗାନିସ୍ତାନ ଉପରେ ପାକିସ୍ତାନୀର ଏୟାର ଷ୍ଟ୍ରାଇକ୍: ୪୬ ମୃତ

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ଏୟାର ଷ୍ଟ୍ରାଇକ୍: ୪୬ ମୃତ

ନୂଆଦିଲ୍ଲୀ : ପାକିସ୍ତାନୀ ସେନା ବିମାନରେ ମଙ୍ଗଳବାର ଆଫଗାନିସ୍ତାନର ପୂର୍ବ ପକ୍ତିକା ଜିଲ୍ଲାରେ କରାଯାଇଥିବା ବୋମାବିସ୍ଫୋରଣ ରେ ୪୬ ଜଣ ମୃତ୍ୟୁବରଣ କରିଛନ୍ତି, ଯାହାମଧ୍ୟରୁ ଅଧିକାଂଶ ଶିଶୁ ଓ ମହିଳା ଥିଲେ, ଆଫଗାନ ତାଲିବାନ କହିଛି। ଏହାସହିତ ତାଲିବାନ ଦାବି କରିଛି ଯେ ସେମାନେ ଏହାର ପ୍ରତିଶୋଧ ନେବେ। ଆଫଗାନ ତାଲିବାନର ଉପମୁଖପାତ୍ର ହମଦୁଲ୍ଲା ଫିତରତ ବୁଧବାର କହିଛନ୍ତି ଯେ, ଆଫଗାନିସ୍ତାନର ଚାରିଟି ଜାଗାରେ ହୋଇଥିବା ଏହି ବୋମାବିସ୍ଫୋରଣରେ ଅନ୍ୟ ଛ ଜଣ ଆହତ ହୋଇଛନ୍ତି। ପାକିସ୍ତାନ ସରକାର ଓ ସେନା ଅଧିକାରୀମାନେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନ ଅଞ୍ଚଳରେ, ଯାହା ଆଫଗାନିସ୍ତାନରେ ଲକ୍ଷ୍ୟ ଶିବିରର ନିକଟରେ ଅବସ୍ଥିତ, ଟିଟିପିର ଏକ ମୁଖ୍ୟ ଆକ୍ରମଣରେ ଶନିବାର ୧୬ ଜଣ ପାକିସ୍ତାନୀ ସୁରକ୍ଷାକର୍ମୀ ମୃତ୍ୟୁବରଣ କରିଥିଲେ। ଆଫଗାନିସ୍ତାନର ରକ୍ଷା ମନ୍ତ୍ରଣାଳୟ ପାକିସ୍ତାନର ଏହି ବୋମା ବିସ୍ଫୋରଣ ରେ ମୃତ୍ୟୁବରଣ କରିଥିବାମାନଙ୍କୁ “ମୁଖ୍ୟତଃ ୱାଜିରିସ୍ତାନୀ ଶରଣାର୍ଥୀ” ବୋଲି ଚିହ୍ନଟ କରିଛି, ଯାହାର ଅର୍ଥ ହେଉଛି ସେମାନେ ପାକିସ୍ତାନର ୱାଜିରିସ୍ତାନ ଅଞ୍ଚଳର ଥିଲେ। ମାର୍ଚ୍ଚ ମାସରେ ଏହି ସମ୍ପର୍କ ଅଧିକ ଜଟିଳ ହୋଇଥିଲା ଯେତେବେଳେ ତାଲିବାନ ପାକିସ୍ତାନକୁ ଦୋଷାରୋପ କରିଥିଲା ଯେ ସେମାନେ ଦୁଇଟି ଆକ୍ରମଣ କରିଥିଲେ ଯାହାରେ ପାଞ୍ଚ ଜଣ ମହିଳା ଓ ଶିଶୁ ମୃତ୍ୟୁବରଣ କରିଥିଲେ। ସେତେବେଳେ ପାକିସ୍ତାନ କହିଥିଲା ଯେ ସେମାନେ ଆଫଗାନିସ୍ତାନରେ “ଗୁପ୍ତଚର ଭିତ୍ତିକ ଆତଙ୍କବାଦୀ ବିରୋଧୀ କାର‌୍ୟ୍ୟ” କରିଥିଲେ, କିନ୍ତୁ କାର‌୍ୟ୍ର  ସ୍ୱଭାବ ନିର୍ଦ୍ଦିଷ୍ଟ କରିନଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking