29.1 C
Bhubaneswar
Thursday, June 19, 2025
Homeଦେଶ ବିଦେଶପହଲଗାମ ଆକ୍ରମଣ ପରେ ଏହି ସବୁ ଶବ୍ଦ ଗୁଗଲରେ ସର୍ଚ୍ଚ କରୁଛନ୍ତି ପାକିସ୍ତାନୀ

ପହଲଗାମ ଆକ୍ରମଣ ପରେ ଏହି ସବୁ ଶବ୍ଦ ଗୁଗଲରେ ସର୍ଚ୍ଚ କରୁଛନ୍ତି ପାକିସ୍ତାନୀ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ପହଲଗାମରେ ମଙ୍ଗଳବାର ଆତଙ୍କୀ ଆକ୍ରମଣ ପରେ ଭାରତର ସାମାଜିକ ଗଣମାଧ୍ୟମରେ କ୍ରୋଧର ଜ୍ଵଳାମୁଖୀ ଫୁଟିଛି । ଅନେକ ୟୁଜର୍ସ ପାକିସ୍ତାନକୁ କଡା ଜବାବ ଦେବା ପାଇଁ ସରକାରଙ୍କୁ ଆବେଦନ କରି ପୋଷ୍ଟ କରୁଛନ୍ତି । ତେବେ ଏହି ଆକ୍ରମଣକୁ ନେଇ ପାକିସ୍ତାନ ତରଫରୁ ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ବୟାନ ଦେଇ କହିଛନ୍ତି କି ପହଲଗାମ ଆତଙ୍କୀ ଆକ୍ରମଣରେ ପାକିସ୍ତାନର କୌଣସି ସମ୍ପର୍କ ନାହିଁ । ଏହା ସହିତ ପାକିସ୍ତାନ ଏହି ଆକ୍ରମଣକୁ ନିନ୍ଦା କରିଛି ।

ତେବେ ଏହି ଆକ୍ରମଣର ପ୍ରଭାବ ପାକିସ୍ତାନର ସାମାଜିକ ଗଣମାଧ୍ୟମରେ ମଧ୍ୟ ଦେଖିବାକୁ ମିଳୁଛି । ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ #PahalgamTerroristAttack ହାଶଟ୍ୟାଗ୍ ଟ୍ରେଣ୍ଡ୍ କରୁଛି । ଏହା ସହିତ #Modi ମଧ୍ୟ ଟ୍ରେଣ୍ଡ୍ କରୁଛି । ସେହିପରି ଏକ୍ସରେ ହାଶଟ୍ୟାଗ୍ ସହିତ କାଶ୍ମୀର, ମୋଦୀ, ପୁଲଓ୍ବାମା, ଜମ୍ମୁ, ବଲିଉଡ, ଆର୍ମୀ ଭଳି ଶବ୍ଦ ବାରମ୍ବାର ବ୍ୟବହାର ହେଉଛି । ଗୁଗଲରେ ପଲହଗାମ ଓ ପହଲଗାମ ଆକ୍ରମଣ ନେଇ ବାରମ୍ବାର ସର୍ଚ୍ଚ କରୁଛନ୍ତି ପାକିସ୍ତାନ ବାସିନ୍ଦା ।

ସୂଚନାଯୋଗ୍ୟ ପହଲଗାମରେ ମଙ୍ଗଳବାର ହୋଇଥିବା ଆକ୍ରମଣରେ ଦେଶକୁ ବଡ ଝଟକା ଲାଗିଛି । ଏହି ଆକ୍ରମଣରେ ୨୬ ନୀରିହ ଲୋକଙ୍କ ମୃତ୍ୟୁ ହୋଇଛି । ୧୭ ଜଣ ଏବେ ବି ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସାରା ଦେଶରେ ଆକ୍ରୋଶର ବହ୍ନି ଜଳିବା ସହ ସରକାର ଏହାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଅପିଲ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking