18.1 C
Bhubaneswar
Friday, December 27, 2024
Homeଦେଶ ବିଦେଶ୧୨ ଆତଙ୍କବାଦୀଙ୍କୁ ନିପାତ କଲା ପାକିସ୍ତାନୀ ସୁରକ୍ଷା ବାହିନୀ

୧୨ ଆତଙ୍କବାଦୀଙ୍କୁ ନିପାତ କଲା ପାକିସ୍ତାନୀ ସୁରକ୍ଷା ବାହିନୀ

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନୀ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ସୁରକ୍ଷା ବାହିନୀ ଖୈବର ପଖତୁନଖୱା ଏବଂ ବଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀଙ୍କ ବିରୋଧରେ ସୈନ୍ୟ ଅଭିଯାନ ଆରମ୍ଭ କରି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୁଇଟି ଅଭିଯାନରେ ୧୨ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ଏ ନେଇ ବୁଧବାର ସୂଚନା ଦେଇ ସେନା କହିଛି ଯେ ଖୈବର ପଖତୁନଖୱାର ମିରାନଶାହ ଜିଲ୍ଲାରେ ନଭେମ୍ବର ୧୨ ଏବଂ ୧୩ରେ ପ୍ରଥମ ଅଭିଯାନ ଚଲାଯାଇଥିଲା । ଉତ୍ତର ୱଜିରିସ୍ତାନ ଅଞ୍ଚଳରେ ଏନକାଉଣ୍ଟରରେ ୮ ଆତଙ୍କବାଦୀ ନିହତ ହୋଇଛନ୍ତି ।

୬ ଆତଙ୍କବାଦୀ ଆହତ ମଧ୍ୟ ହୋଇଛନ୍ତି । ପାକିସ୍ତାନୀ ସେନାର ମିଡିଆ ଶାଖା ‘ଇଣ୍ଟର-ସର୍ଭିସେଜ୍ ପବ୍ଲିକ ରିଲେଶନ୍ସ (ଆଇଏସପିଆ)ର୍’ ଅନୁସାରେ, ଦ୍ୱିତୀୟ ଅଭିଯାନରେ ସୁରକ୍ଷା ବାହିନୀ ବଲୁଚିସ୍ତାନର କେଚ ଜିଲ୍ଲା ବଲଗାଟରେ ଏକ ଆତଙ୍କୀ ଠିକଣାକୁ ଟାର୍ଗେଟ୍ କରିଥିଲା । ଆଇଏସପିଆର୍ ମୁତାବକ, ବଲଗାଟରେ ସେନାର କାର୍ଯ୍ୟାନୁଷ୍ଠାନରେ କୁଖ୍ୟାତ ଆତଙ୍କବାଦୀ ସନା ଓରଫ୍ ବାରୁଙ୍କ ସମେତ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ସେନା କହିଛି ଯେ କେଚରେ ‘ମଜିଦ୍ ବ୍ରିଗ୍ରେଡ୍‌’ ପାଇଁ ଆତଙ୍କବାଦୀ ନିଯୁକ୍ତ କରିବାରେ ବାରୁ ଜଣେ ପ୍ରମୁଖ ଏଜେଣ୍ଟ ଥିଲେ । ସେ ଖାସ୍ କରି ଆତ୍ମଘାତୀ ଆକ୍ରମଣକାରୀଙ୍କୁ ନିଯୁକ୍ତ କରାଉଥିଲେ । କହି ରଖୁଛୁ, ଖୈବର ପଖତୁନଖୱା ଏବଂ ବଲୁଚିସ୍ତାନ ପ୍ରଦେଶ ପାକିସ୍ତାନର ଅଶାନ୍ତ ଅଞ୍ଚଳ । ଆତଙ୍କବାଦୀମାନଙ୍କ ବିରୋଧରେ ଏଠାରେ ଅଭିଯାନ ଜାରି ରହିଛି । ଗତ ମାସ ୨୩ ତାରିଖରେ ପାକିସ୍ତାନୀ ସୁରକ୍ଷା ବାହିନୀ ଆତଙ୍କୀ ବିରୋଧୀ ଅଭିଯାନ ବେଳେ ୯ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking