27.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶପାକିସ୍ତାନୀ ସାମରିକ ଏକ୍ସପର୍ଟଙ୍କ ଭବିଷ୍ୟବାଣୀ; ଭାରତ ଆଗରେ ଅଧିକ ଦିନ ତିଷ୍ଠି ପାରିବନି ପାକ୍ ସେନା

ପାକିସ୍ତାନୀ ସାମରିକ ଏକ୍ସପର୍ଟଙ୍କ ଭବିଷ୍ୟବାଣୀ; ଭାରତ ଆଗରେ ଅଧିକ ଦିନ ତିଷ୍ଠି ପାରିବନି ପାକ୍ ସେନା

ଇସ୍‌ଲାମାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତ ଯେପରି ଆଭିମୁଖ୍ୟ ଗ୍ରହଣ କରୁଛି, ସେଥିରେ ପାକିସ୍ତାନ ସମ୍ପୂର୍ଣ୍ଣ ରୂପେ ଭୟଭୀତ ହୋଇପଡିଛି। ପାକିସ୍ତାନର ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଏପରିକି ପାକିସ୍ତାନ ସେନାବାହିନୀ ମଧ୍ୟ ଭାରତ ପକ୍ଷରୁ ଏକ ଅତର୍କିତ ଆକ୍ରମଣଜନିତ ଆଶଙ୍କା ମଧ୍ୟରେ ଏବେ ବଞ୍ଚୁଛନ୍ତି। ଏସବୁ ମଧ୍ୟରେ ପାକିସ୍ତାନରୁ ଯେଉଁସବୁ ଖବର ସାମ୍ନାକୁ ଆସୁଛି ତାହା ସମ୍ପୂର୍ଣ୍ଣ ପାକିସ୍ତାନ ପାଇଁ ଅତ୍ୟନ୍ତ ଲଜ୍ଜାଜନକ। ରିପୋର୍ଟ ଅନୁସାରେ ପାକିସ୍ତାନ ସେନାବାହିନୀରେ ଏବେ ବିଦ୍ରୋହ ଦେଖାଦେଇଛି। ପହଲଗାମ ଆକ୍ରମଣ ଘଟଣାକୁ ନେଇ ଭାରତ ସହ ଉପୁଜିଥିବା ଯୁଦ୍ଧଜନିତ ଆଶଙ୍କାରେ ପାକିସ୍ତାନୀ ସୈନିକମାନେ ଏବେ ସାମୂହିକ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ପାକ୍ ସୈନିକ ସାମୂହିକ ଭାବେ ଲେଖିଥିବା ଏକ ଚିଠି ଏବେ ଭାଇରାଲ ହେବାରେ ଲାଗିଛି।

ଏହି ଚିଠି ଅନୁଯାୟୀ, ୨୫୦ରୁ ଅଧିକ ସାମରିକ ଅଧିକାରୀ ଏବଂ ୧୨୦୦ରୁ ଅଧିକ ସୈନିକ ଇସ୍ତଫା ଦେଇଛନ୍ତି। ଏପରିକି ପାକ୍ ସେନାର ଉଚ୍ଚାଧିକାରୀ ସେମାନଙ୍କ ଇସ୍ତଫା ଗ୍ରହଣ ନ କରିବା ସତ୍ତ୍ୱେ ସେମାନେ ଘରକୁ ପଳାୟନ କରିଛନ୍ତି। ତେବେ ଏହି ଚିଠିଟି ପାକିସ୍ତାନ ସେନାର ଲ୍ୟୁଟିନାଣ୍ଟ୍ ଜେନେରାଲ ଉମର ଅହମଦ ବୋଖାରୀଙ୍କ ଦ୍ୱାରା ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସିମ ମୁନିରଙ୍କୁ ଲେଖାଯାଇଥିବା ଦାବି କରାଯାଉଛି। ଏଥିରେ ପାକ୍ ସୈନିକମାନଙ୍କ ମନୋବଳ ଭାଙ୍ଗିଯାଇଥିବା ଏବଂ ଭାରତୀୟ ସେନାକୁ ସାମ୍ନା କରିବାର ଭୟ ସମ୍ପର୍କରେ ପ୍ରକାଶ କରାଯାଇଛି। ତେବେ କେବଳ ପାକ୍ ସୈନିକ କିମ୍ବା ଅଧିକାରୀମାନେ କାହିଁକି ଖୋଦ୍ ପାକ୍ ସେନାର ମୁଖ୍ୟ ତଥା ଜେନେରାଲ୍ ଅସୀମ ମୁନିର ମଧ୍ୟ ନିଜ ପଦରୁ ଇସ୍ତଫା ଦେବାକୁ ଚାହୁଁଥିବା ଜଣାପଡିଛି।

ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସ୍‌ପିଆର୍‌)ର ମହାନିର୍ଦ୍ଦେଶକ ମେଜର ଜେନେରାଲ ଫୈଜଲ ମେହମୁଦ ମଲିକଙ୍କ ଦ୍ୱାରା ଏପ୍ରିଲ ୨୬ରେ ଜାରି କରାଯାଇଥିବା ଏହି ପରାମର୍ଶଦାତା ରୂପକ ଚିଠିରେ ସଶସ୍ତ୍ର ବାହିନୀର ସମସ୍ତ ପଦାଧିକାରୀଙ୍କୁ ସମ୍ବୋଧିତ କରାଯାଇଥିଲା। ଏଥିରେ ପହଲଗାମରେ “ଆମ ମୁଜାହିଦ୍ଦିନଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣ” ଉଲ୍ଲେଖ କରାଯାଇଥିଲା। ଏତଦ୍‌ବ୍ୟତୀତ ଯେଉଁ ସାମରିକ ଅଧିକାରୀ ଏବଂ ସୈନିକମାନେ ବର୍ତ୍ତମାନ ସମୟରେ ଚାକିରିରୁ ଇସ୍ତଫା ଦେଇଛନ୍ତି ବା ଦେବାକୁ ଚିନ୍ତା କରୁଛନ୍ତି ସେମାେ ଅନଧିକୃତ ଇସ୍ତଫା କିମ୍ବା ପଳାୟନ ୧୯୫୨ର ପାକିସ୍ତାନ ସେନା ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି।

ଚିଠିରେ ସୈନିକମାନଙ୍କୁ “ଅର୍ଦ୍ଧଚନ୍ଦ୍ର ଏବଂ ତାରା” ବା ପାକିସ୍ତାନୀ ପତାକା ତଳେ ଏକତ୍ରିତ ହେବାକୁ ଅନୁରୋଧ କରାଯାଇଛି। ଚିଠିରେ ସାମରିକ ଅଧିକାରୀମାନଙ୍କୁ ସେମାନଙ୍କର ଶପଥ ବଜାୟ ରଖିବାକୁ, ସେନାର ମନୋବଳ ମନୋବଳ ବଜାୟ ରଖିବା ଏବଂ ରାଷ୍ଟ୍ର ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କମର ଚିମା ନାମକ ପାକିସ୍ତାନର ଜଣେ ସାମରିକ ଏକ୍ସପର୍ଟ ଏକ ବଡ଼ ବୟାନ୍ ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ପକ୍ଷେ ଭାରତ ସହ ଏକ ଲମ୍ବା ବା ଦୀର୍ଘକାଳୀନ ଯୁଦ୍ଧ ଲଢ଼ିବା ସମ୍ଭବ ନୁହେଁ। କାରଣ ପାକିସ୍ତାନ ପାଖରେ ଯୁଦ୍ଧ ଲଢ଼ିବା ପାଇଁ ନା ଅର୍ଥବଳ ରହିଛି ନା ଆଧୁନିକ ଅସ୍ତ୍ରଶସ୍ତ୍ର। ପହଲଗାମ ଘଟଣା ପରେ କୌଣସି ଦେଶ ପାକିସ୍ତାନକୁ ସିଧାସଳଖ ସମର୍ଥନ ଦେଇନାହାନ୍ତି। ଏହାର ଅର୍ଥ ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନକୁ କୌଣସି ଦେଶ ସାମରିକ ଉପକରଣ ଯୋଗାଇବା ନେଇ ମଧ୍ୟ ସହଯୋଗ କରିବେ ନାହିଁ। ଭାରତ ବେଶ୍ ଭଲଭାବେ ପାକିସ୍ତାନର ଆର୍ଥିକ ସ୍ଥିତି ସମ୍ପର୍କରେ ଅବଗତ। ସିଧାସଳଖ କହିଲେ ପାକିସ୍ତାନ ଭାରତ ସହ କେବଳ ଏକ ସୀମିତ ଯୁଦ୍ଧ ଲଢ଼ିପାରିବ, ଏହା ଠାରୁ ଅଧିକ କିଛି ପାକିସ୍ତାନକୁ ମିଳିବନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking