26.1 C
Bhubaneswar
Wednesday, June 4, 2025
Homeଦେଶ ବିଦେଶପାକିସ୍ତାନୀ ଯୁଦ୍ଧ ବିମାନ ଧ୍ୱଂସ: ୨ ଫାଇଟର ଜେଟ୍‌କୁ ଖସାଇଲା ବାୟୁସେନା

ପାକିସ୍ତାନୀ ଯୁଦ୍ଧ ବିମାନ ଧ୍ୱଂସ: ୨ ଫାଇଟର ଜେଟ୍‌କୁ ଖସାଇଲା ବାୟୁସେନା

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଘମାସନ ଜାରି ରହିଛି । ଶୁକ୍ରବାର ପାକିସ୍ତାନ ଭାରତ ଉପରେ ଡ୍ରୋନ୍ ଓ ମିସାଇଲ ମାଡ଼ କରିଥିଲା । ଭାରତର ଏୟାର ଡିଫେନ୍ସ ସିଷ୍ଟମ ସବୁ ଆକ୍ରମଣକୁ ପଣ୍ଡ କରିଛି । ଶନିବାର ପାକିସ୍ତାନ ଜମ୍ମୁ କାଶ୍ମୀର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଏଥିରେ ଭାରତୀୟ ସେନାକୁ ସଫଳତା ମିଳିଛି । ଦୁଇ ଯୁଦ୍ଧ ବିମାନକୁ ଖସାଇଛି ଭାରତୀୟ ବାୟୁସେନା ।

ସୂଚନା ଅନୁସାରେ, ଶ୍ରୀନଗର ଆକାଶରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଶ୍ରୀନଗର ନିକଟରେ ପାକିସ୍ତାନ ବାୟୁସେନାର ଦୁଇ ଫାଇଟର ଜେଟ୍‌କୁ ଖସାଇଛି ଭାରତୀୟ ବାୟୁସେନା । ଦମ୍ ଦେଖାଇ ଦୁଇ ପାକିସ୍ତାନୀ ଯୁଦ୍ଧ ବିମାନକୁ ଖସାଇଛି ଭାରତ । ଶତ୍ରୁ ଦେଶକୁ ଚକମା ପରେ ଚକମା ଦେଉଛି । ପାକ୍ ଫାଇଟର ଜେଟ୍ F-16କୁ ଧ୍ୱଂସ କରିଛି । ଶ୍ରୀନଗର ଆଖପାଖରେ ଖଣ୍ଡବିଖଣ୍ଡିତ ହୋଇଛି ଯୁଦ୍ଧ ବିମାନ । ତେବେ ୨ ଜଣ ପାଇଲଟଙ୍କର ପତ୍ତା ମିଳୁନି । ତାଙ୍କୁ ଖୋଜା ଖୋଜି ଜାରି ରହିଛି । ସେପଟେ ଜରୁରୀକାଳିନ ବୈଠକ ଡାକିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ । ପହଲଗାମ ଆତଙ୍କୀ ଆକ୍ରମଣ ପ୍ରତିଶୋଧ ନେଇ ଭାରତ ଗତ ମେ ୬ ତାରିଖ ବିଳମ୍ୱିତ ରାତିରେ ପାକିସ୍ତାନ ଓ ପିଓକେର ୯ଟି ଆତଙ୍କୀ ଆଡ୍ଡାରେ ଏୟାରଷ୍ଟ୍ରାଇକ୍ କରିଥିଲା । ଏଥିରେ ୧୦୦ ଆତଙ୍କୀ ନିପାତ ହୋଇଥିଲେ । ଛାରଖାର ହୋଇଥିଲା ଆତଙ୍କୀସ୍ଥାନ । ଏହାପରେ ପାକିସ୍ତାନ ଗତ ଗୁରୁବାର ରାତିରୁ ଭାରତ ଉପରେ ଆକ୍ରମଣ କରୁଛି । ହେଲେ ତାର ସବୁ ଯୋଜନାକୁ ପଣ୍ଡ କରିଛନ୍ତି ଭାରତୀୟ ସେନା । ଲଗାତାର ଦୁଇ ଦିନ ହେବ ୩୬ ସ୍ଥାନକୁ ଟାର୍ଗେଟ କରିଥିଲା । ଆମ ଶକ୍ତିଶାଳୀ ସେନା ତାର ସବୁ ଯୋଜନାକୁ ବିଫଳ କରିଥିଲେ । ୪୦୦ରୁ ଅଧିକ ଡ୍ରୋନ୍‌ ମାରି ଖସାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking