19.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶତ୍ରାହି ତ୍ରାହି ଡାକିବ ପାକିସ୍ତାନ

ତ୍ରାହି ତ୍ରାହି ଡାକିବ ପାକିସ୍ତାନ

ନୂଆଦିଲ୍ଲୀ: କୌଣସି ସମୟରେ ପାକିସ୍ତାନ ଉପରେ ବଡ କାର୍ଯ୍ୟାନୁଷ୍ଠାନ କରିପାରେ ଭାରତ । କାରଣ ପ୍ରଧାନମନ୍ତ୍ରୀ ମୋଦୀ ଦେଇ ସାରିଛନ୍ତି ନିର୍ଦ୍ଦେଶ । ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜିର ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୋଦୀ । କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବଡ ବୈଠକ ।

ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ନିର୍ଦ୍ଦେଶ ପରେ ଗୋଟିଏ କଥା ସ୍ପଷ୍ଟ ହୋଇସାରିଛି ଯେ ପାକିସ୍ତାନ ଉପରେ କୌଣସି ସମୟରେ ବଡ ହମଲା କରିପାରେ । ମୋଦୀଙ୍କ ବାସଭବନ, ୭ ଲୋକ କଲ୍ୟାଣ ମାର୍ଗରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇସାରିଛି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ସିଡିଏସ ଅନିଲ ଚୌହ୍ୱାନ ଏବଂ ତିନି ସେନାର ମୁଖ୍ୟ ଉପସ୍ଥିତ ଥିଲେ । ଯେଉଁମାନେ ସୀମା ସୁରକ୍ଷା ସହ ଜମ୍ମୁକାଶ୍ମୀର ସ୍ଥିତି ଉପରେ ବିସ୍ତୁତ ସୂଚନା ଦେଇଥିଲେ । ଜମ୍ମୁ- କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ପହଲଗାମ୍ ହମଲା ପରେ ଭାରତ ପାକିସ୍ତାନର ନିଦ ହଜାଇଦେଇଛି । ବର୍ତମାନ ପାକିସ୍ତାନ ମାଟି କାମୁଡିବା ଭଳି ସ୍ଥିତି ଉପୁଜିଛି । ଦେଶରେ ଗୋଟିଏ ବି ପାକିସ୍ତାନୀ କେମିତି ନ ରହିବେ ସେ ନେଇ ଆକ୍ସନ ନେଇଛନ୍ତି କେନ୍ଦ୍ର ସରକାର । ବିଭିନ୍ନ ରାଜ୍ୟରେ ଥିବା ପାକିସ୍ତାନୀଙ୍କୁ ଦେଶ ଛାଡିବା ଫାଇଁ ସମୟ ସୀମା ଧାଯ୍ୟ କରାଯାଇଥିବାରୁ ଏହା କଡାକଡି ପାଳନ କରିବାକୁ ଶାହ ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking