20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶବାଂଲା ସେନାଙ୍କୁ ତାଲିମ ଦେବ ପାକିସ୍ତାନ

ବାଂଲା ସେନାଙ୍କୁ ତାଲିମ ଦେବ ପାକିସ୍ତାନ

ଇସ୍‌ଲାମାବାଦ: ବାଂଲାଦେଶରେ ଶେଖ ହସିନାଙ୍କ ସରକାର ପତନ ଭାରତ ପାଇଁ ଦିନକୁ ଦିନ ଅଧିକ ଚିନ୍ତାଜନକ ହେବାରେ ଲାଗିଛି । ୧୯୭୧ରେ ଯେଉଁ ପାକିସ୍ତାନୀ ସେନାକୁ ପୂର୍ବ ପାକିସ୍ତାନରୁ ବେଦଖଲ କରି ଭାରତ ବାଂଲାଦେଶର ନିର୍ମାଣ କରିଥିଲା ଏବେ ସେହି ସେନା ବାଂଲାରେ ନୂଆ ଢଙ୍ଗରେ ଭାରତ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ କରିଛି । ଦୀର୍ଘ ୫୩ ବର୍ଷ ପରେ ବାଂଲାଦେଶରେ ପାକିସ୍ତାନ ସେନା ପଶି ସେଠାକାର ସୈନିକଙ୍କୁ ତାଲିମ ଦେବ ବୋଲି ଜଣାପଡ଼ିଛି । ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱରେ ବାଂଲାଦେଶରେ ଥିବା ଅନ୍ତରୀଣ ସରକାର ପାକିସ୍ତାନ ସହ ସାମରିକ ଏବଂ ରଣନୈତିକ ସମ୍ପର୍କ ବଢ଼ାଇବା ଦିଗରେ ଆଗେଇଛି । ଦୁଇ ପଡ଼ୋଶୀ ଦେଶର ଏଭଳି ବିରୋଧୀ ଆଭିମୁଖ୍ୟ ଭାରତ ପାଇଁ ଆଗକୁ ବିରାଟ ଚାଲେଞ୍ଜ ସୃଷ୍ଟି କରିବ ବୋଲି ଆଶଙ୍କା ଉପୁଜିଛି ।

ରିପୋର୍ଟ ଅନୁସାରେ, ଆସନ୍ତା ବର୍ଷ ଫେବ୍ରୁଆରୀରୁ ପାକିସ୍ତାନୀ ସେନା ବାଂଲାଦେଶ ସେନାକୁ ତାଲିମ ଦେବା ଆରମ୍ଭ କରିବ । ପାକ୍‌ ଆର୍ମିର ଜଣେ ମେଜର ଜେନେରାଲ ର‌୍ୟାଙ୍କର ଅଧିକାରୀଙ୍କ ନେତୃତ୍ୱାଧୀନ ସ୍ପେଶାଲ ଟିମ୍ ବାଂଲାଦେଶ ଆର୍ମିକୁ ଟ୍ରେନିଂ ଦେବ । ପ୍ରଥମ ପର୍ଯ୍ୟାୟରେ ମେମନଶାହି କେଣ୍ଟରେ ଆର୍ମି ଟ୍ରେନିଂ ଆଣ୍ଡ୍ ଡକ୍ଟରିନ୍ କମାଣ୍ଡ (ଏଟିଡିସି) ମୁଖ୍ୟାଳୟରେ ତାଲିମ ଦିଆଯିବ । ଏହା ପ୍ରାୟ ବର୍ଷେ ଧରି ଚାଲିବ । ଏହା ପରେ ପାକ୍ ଆର୍ମି ବାଂଲାଦେଶ ସେନାର ସମସ୍ତ ୧୦ କମାଣ୍ଡ୍‌ରେ ଟ୍ରେନିଂ ଦେବ । ଏଥିପାଇଁ ପାକିସ୍ତାନ ଆର୍ମିର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ କମିଟି ଅଧ୍ୟକ୍ଷ ଜେନେରାଲ ସାହିର ଶମଶାଦ୍ ମିର୍ଜା ଗତ ନଭେମ୍ବରରେ ବାଂଲାଦେଶକୁ ଟ୍ରେନିଂ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବରେ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱକାର-ଉଜ୍‌-ଜମାନ ରାଜି ହୋଇଥିଲେ । ପରେ ଜେନରାଲ ୱକାର ପାକ୍ ଆର୍ମିକୁ ଟ୍ରେନିଂ ଭାବେ ନିମନ୍ତ୍ରଣ ପଠାଇଥିଲେ।

ବାଂଲାଦେଶ ପାକିସ୍ତାନଠାରୁ ଗୋଳା-ବାରୁଦ ସହ ଗତ ସେପ୍େଟମ୍ବରରୁ ଡିସେମ୍ବର ମଧ୍ୟରେ ୪୦ ହଜାର ରାଉଣ୍ଡ ଅସ୍ତ୍ରଶସ୍ତ୍ର ମଗାଇଛି, ଯାହା କି ପୂର୍ବବର୍ଷ ତୁଳନାରେ ୩ ଗୁଣ ଅଧିକ । ଗତ ବର୍ଷ ଏହା ୧୨ ରାଉଣ୍ଡ ଥିଲା । ଏହା ବ୍ୟତୀତ ୨ ହଜାର ରାଉଣ୍ଡ ଟ୍ୟାଙ୍କ ଆମ୍ୟୁନିସନ ଏବଂ ୪୦ ଟନ୍‌ର ଆର୍‌ଡିଏକ୍ସ ବି ବାଂଲାଦେଶ ମଗାଇଛି । ଆସନ୍ତା ଫେବ୍ରୁଆରୀରେ ବାଂଲାଦେଶ ନୌସେନା ପାକିସ୍ତାନ ସହ କରାଚୀ ବନ୍ଦରରେ ଯୁଦ୍ଧାଭ୍ୟାସ ମଧ୍ୟ କରିବ । ଏହାର ନାଁ ଅମନ- ୨୦୨୫ ରହିଛି । ପାକିସ୍ତାନ ପ୍ରତି ୨ ବର୍ଷରେ ଏହି ଯୁଦ୍ଧାଭ୍ୟାସ ଆୟୋଜିତ କରିଥାଏ । ୧୫ ବର୍ଷ ପରେ ବାଂଲାଦେଶ ଏହି ଯୁଦ୍ଧାଭ୍ୟାସରେ ସାମିଲ ହେବାକୁ ଯାଉଛି । ଶେଖ ହସିନାଙ୍କ ପୂରା କାର୍ଯ୍ୟକାଳରେ ବାଂଲାଦେଶ ଏଥିରେ ଭାଗ ନେଇ ନ ଥିଲା । ୨୦୨୨ରେ ହସିନା ପାକିସ୍ତାନର ଯୁଦ୍ଧଜାହାଜ ତୈମୁରକୁ ଚଟ୍‌ଗାଓଁର ଅଟକିବା ଲାଗି ମଧ୍ୟ ଅନୁମତି ଦେଇ ନ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking