ଇସଲାମାବାଦ: ପାକିସ୍ତାନ ଶୁକ୍ରବାର ସାଉଦି ଆରବର ରିୟାଦରେ ଅନୁଷ୍ଠିତ ବିଶ୍ୱ ପ୍ରତିରକ୍ଷା ପ୍ରଦର୍ଶନୀ ୨୦୨୬ରେ ଏହାର ନୂତନ ହାଇପୋରସୋନିକ ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ର ଏସଏମଏଏସଏଚ ନାଁରେ ଉନ୍ମୋଚନ କରିଛି । ଏହି କ୍ଷେପଣାସ୍ତ୍ରକୁ ଗ୍ଲୋବାଲ ଇଣ୍ଡଷ୍ଟ୍ରିଆଲ ଆଣ୍ଡ ଡିଫେନ୍ସ ସଲ୍ୟୁସନ୍ସ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା ଏବଂ ଏହାକୁ ଏକ ଡୁଆଲ-ରୋଲ ହାଇପରସୋନିକ ଅସ୍ତ୍ର ଭାବରେ ଉପସ୍ଥାପିତ କରାଯାଉଛି । ଯାହା ସାମୁଦ୍ରିକ ଏବଂ ସ୍ଥଳ ଆକ୍ରମଣ ମିଶନ ପରିଚାଳନା କରିବାରେ ସକ୍ଷମ । ଏସଏମଏଏସଏଚ ହେଉଛି ପାକିସ୍ତାନର ପି- ୨୮୨ ନାମକରଣ ଅନ୍ତର୍ଗତ ଏକ ଜାହାଜରୁ ନିକ୍ଷେପିତ ଆଣ୍ଟି- ଜାହାଜ ବାଲିଷ୍ଟିକ କ୍ଷେପଣାସ୍ତ୍ର, ଯାହାର ସୀମା ପ୍ରାୟ ୩୫୦ କିଲୋମିଟର ।









