29.1 C
Bhubaneswar
Saturday, May 31, 2025
Homeଦେଶ ବିଦେଶଭୂମିକମ୍ପରେ ଥରିଲା ପାକିସ୍ତାନ

ଭୂମିକମ୍ପରେ ଥରିଲା ପାକିସ୍ତାନ

ନୂଆଦିଲ୍ଲୀ:  ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏହା ମଧ୍ୟରେ ଥରି ଉଠିଛି ପାକିସ୍ତାନ ମାଟି ଶୁକ୍ରବାର ରାତି ପାଖାପାଖି ୧ଟା ୪୪ ମିନିଟରେ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ମ୍ୟାଗ୍ନିଚ୍ୟୁଡର ଥିବା ଜଣାପଡିଛି । ଭାରତ ସହ ସଂଘର୍ଷ ଜାରିଥିବା ସମୟରେ ଭୂକମ୍ପର ଝଟକା ପାକିସ୍ତାନକୁ ଦୋହଲାଇଦେଇଥିଲା । ଏହି ଭୂମିକମ୍ପରେ କୌଣସି ଧନଜୀବନର କ୍ଷତି ହୋଇଥିବା ସୂଚନା ମିଳିନାହିଁ । ଏହାର କେନ୍ଦ୍ରସ୍ଥଳ ପାକିସ୍ତାନର ବଲୁଚିସ୍ତାନ ସହର ନିକଟ କ୍ବେଟାରେ ହୋଇଥିବା ଜଣାପଡିଛି । ଏପଟେ ଭାରତ ଦୁଇଟି ଡ୍ୟାମ ଖୋଲିବାରୁ ପାକିସ୍ତାନରେ ବନ୍ୟା ସ୍ଥିତି ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking