19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପୁତୁରା ହେଲେ ଦେବାଳିଆ, ସମ୍ପତ୍ତି ନିଲାମ କରିବ ଲଣ୍ଡନ ପ୍ରଶାସନ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପୁତୁରା ହେଲେ ଦେବାଳିଆ, ସମ୍ପତ୍ତି ନିଲାମ କରିବ ଲଣ୍ଡନ ପ୍ରଶାସନ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପୁଅ ହସନ୍ ନୱାଜଙ୍କୁ ଲଣ୍ଡନ ସରକାର ଦେବାଳିଆ ଘୋଷିତ ହୋଇଛନ୍ତି। ରିପୋର୍ଟ ଅନୁସାରେ ଲଣ୍ଡନ ପ୍ରଶାସନ ହସନ ନୱାଜଙ୍କୁ ୨୦୨୫ ବର୍ଷର ଋଣ ଖିଲାପୀ ଘୋଷଣା କରିବା ସହ ତାଙ୍କ ବିରୋଧରେ ଆସନ୍ତା ମାସରୁ ଦେବାଳିଆ ମାମଲା ଆରମ୍ଭ କରିଛି। ସୂଚନାଯୋଗ୍ୟ, ହସନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପୁତୁରା। ଏହି ସମୟରେ, ହସନଙ୍କ ନିଜ ଭଉଣୀ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ଅଛନ୍ତି। ତେବେ ହସନ୍ ନୱାଜ୍‌ଙ୍କୁ ଦେବାଳିଆ ଘୋଷିତ ପରିପ୍ରେକ୍ଷୀରେ ଲଣ୍ଡନ ପ୍ରଶାସନ ଏକ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ, ହସନ ନୱାଜ ପ୍ରାୟ ୧ କୋଟି ପାଉଣ୍ଡ୍ (ଭାରତୀୟ ମୁଦ୍ରା ଅନୁସାରେ (୧୧୨,୧୩,୬୪,୦୦୦) ପରିମାଣର ଆୟକର ପୈଠ କରିନାହାନ୍ତି।

ତେବେ ଏବେ ଯେତେବେଳେ ତାଙ୍କୁ ଦେବାଳିଆ ଘୋଷିତ କରାଯାଇଛି ସେତେବେଳେ ହସନଙ୍କ ସମ୍ପତ୍ତି ନିଲାମ ପ୍ରକ୍ରିୟା କରିବାକୁ ଲଣ୍ଡନ ପ୍ରଶାସନ ବାଧ୍ୟହୋଇଛି। ତେବେ ଆସନ୍ତା ମାସରୁ ଏହି ସମ୍ପତ୍ତି ନିଲାମ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହାସନଙ୍କ ଟିକସ ରାଶି ୨୦୧୫-୧୬ ମସିହାରୁ ବିଚାରାଧୀନ ଅଛି। ଏବେ ତାଙ୍କ ଉପରେ ଜରିମାନା ସହିତ ମୋଟ ପରିମାଣ ୧୦ ନିୟୁତ ପାଉଣ୍ଡରେ ପହଞ୍ଚିଛି। ପାନାମା ପେପର ଲିକ୍ ମାମଲାରେ ହସନ ନୱାଜଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ହସନ ଏବଂ ତାଙ୍କ ପରିବାର କଳାଧନ ମାଧ୍ୟମରେ ବେଆଇନ ସମ୍ପତ୍ତି ଅର୍ଜନ କରିଥିବା ଅଭିଯୋଗ ହୋଇଛି। ଏହା ପରେ, ହସନ ଲଣ୍ଡନରେ ତାଙ୍କର ଏକ ସମ୍ପତ୍ତି ଅଲି ରିଆଜ ନାମକ ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କୁ ୩୮ ନିୟୁତ ପାଉଣ୍ଡରେ ବିକ୍ରି କରିଦେଇଥିଲେ। ଅଲି ରିଆଜ ନିଜେ ଜଣେ ସନ୍ଦିଗ୍ଧ ବ୍ୟକ୍ତି। କୁହାଯାଏ ଯେ ଅଲି ରିଆଜ ନୱାଜ ସରିଫ ଏବଂ ତାଙ୍କ ପରିବାରକୁ ସେମାନଙ୍କର କଳାଧନକୁ ଧଳା ଟଙ୍କାରେ ପରିଣତ କରିବାରେ ସାହାଯ୍ୟ କରିଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking