21.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଯୁଦ୍ଧବିରତିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ପାକ୍‌

ଯୁଦ୍ଧବିରତିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ପାକ୍‌

ଇସଲାମାବାଦ: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇଶାକ ଡାର୍‌ ଏକ ଟିଭି ସାକ୍ଷାତକାରରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଭାରତର ‘ଅପରେଶନ ସିନ୍ଦୂର’ ଅଧୀନରେ ପାକିସ୍ତାନର ଦୁଇଟି ପ୍ରମୁଖ ବାୟୁସେନା ଘାଟି ନୁର ଖାନ (ରାୱଲପିଣ୍ଡି) ଓ ଶୋରକୋଟ (ପଞ୍ଜାବ) ଉପରେ ଆକ୍ରମଣ ପରେ ଇସଲାମାବାଦ ନିଜେ ଭାରତ ଠାରୁ ଯୁଦ୍ଧବିରତି ମାଗିଥିଲା। ଏହି ବୟାନ ଏକ ଭାଇରାଲ ଭିଡିଓ ମାଧ୍ୟମରେ ସାମ୍ନାକୁ ଆସିଛି, ଯାହା ପାକିସ୍ତାନର ପୂର୍ବବର୍ତୀ ଦାବିକୁ ଖଣ୍ଡନ କରୁଛି। ଏପ୍ରିଲ ୨୨, ୨୦୨୫ରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଭାରତ ୭ ମେ ୨୦୨୫ରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ଅଭିଯାନରେ ଭାରତ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର ରେ ଥିବା ୯ଟି ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିଥିଲା। ଏହା ସହିତ ଭାରତ ବ୍ରହ୍ମୋସ ମିସାଇଲ ବ୍ୟବହାର କରି ପାକିସ୍ତାନର ନୁର ଖାନ ଓ ଶୋରକୋଟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା।

ଜିଓ ନ୍ୟୁଜ ସହ ଏକ ସାକ୍ଷାତକାରରେ ଡାର କହିଛନ୍ତି, ୭ ଓ ୮ ମେରେ ରାତି ୨:୩୦ରେ ଭାରତ ଆମ ନୁର ଖାନ ଓ ଶୋରକୋଟ ବାଯୁସେନା ଘାଟି ଉପରେ ମିସାଇଲ ଆକ୍ରମଣ କଲା। ଏହା ଆମ ପାଇଁ ଅପ୍ରତ୍ୟାଶିତ ଥିଲା। ସେ ଆହୁରି କହିଛନ୍ତି ଯେ, ଆକ୍ରମଣର ୪୫ ମିନିଟ ମଧ୍ୟରେ ସାଉଦି ରାଜକୁମାର ଫୈୟାଲ ବିନ ସାଲମାନ ତାଙ୍କୁ ଫୋନ କରି ପଚାରିଥିଲେ, ମୁଁ କ’ଣ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ କଥା ହୋଇ କହିବି କି ପାକିସ୍ତାନ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ? ଡାର ଏହାକୁ ସୱୀକାର କରି କହିଥିଲେ, ହଁ, ଭାଇ, ଆପଣ କହିପାରିବେ। ଫୈୟାଲ ୨୫ ମିନିଟ ପରେ ପୁନର୍ବାର ଫୋନ କରି କହିଥିଲେ ଯେ ସେ ଜୟଶଙ୍କରଙ୍କୁ ଏହି ବାର୍ତ୍ତା ପହଞ୍ଚାଇ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking