ନୂଆଦିଲ୍ଲୀ: ଅପରେସନ ସିନ୍ଦୁରକୁ ନେଇ ଏମଇଏ ପ୍ରେସବ୍ରିଫ କରିଛି । ୮-୯ ତାରିଖ ରାତିରେ ପାକିସ୍ତାନ ଏକାଧିକ ସ୍ଥାନରେ ଆକ୍ରମଣ କରିଛି । ଏନେଇ ସୂଚନା ଦେଇଛନ୍ତି କଣ୍ଣେଲ ସୋଫିଆ କ୍ୟୁରେସି । କହିଛନ୍ତି, ଆମ ସୈନ୍ୟ ଠିକଣାକୁ ଟାର୍ଗେଟ କରିଛି ପାକିସ୍ତାନ । ଏଲଓସିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ପାକିସ୍ତାନର ଆକ୍ରମଣକୁ ପଣ୍ଡ କରିଛି ଭାରତ । ଅନୁପ୍ରବେଶ ଉଦ୍ୟମ ମଧ୍ୟ କରିଥିଲା ପାକିସ୍ତାନ । ଆକ୍ରମଣ ପାଇଁ ବେସାମରିକ ବିମାନ ବ୍ୟବହାର କରୁଛି ପାକିସ୍ତାନ । ପାକିସ୍ତାନ ତୁର୍କୀ ଡ୍ରୋନ ମଧ୍ୟ ବ୍ୟବହାର କରୁଛି ।