ନୂଆଦିଲ୍ଲୀ: ସ୍କୁଲ ଓ ଧାର୍ମିକ ଅନୁଷ୍ଠାନ ଉପରେ ଆକ୍ରମଣ କରୁଛି ପାକିସ୍ତାନ । ପ୍ରେସମିଟ୍ ବ୍ରିଫିଂ ସମୟରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୂଚନା ଦେଇଥିଲେ । ପାକିସ୍ତାନ ଗୁରୁଦ୍ୱାର, ଚର୍ଚ୍ଚ, ମନ୍ଦିର ଉପରେ ଆକ୍ରମଣ କରୁଛି । ପୁଞ୍ଚର ଖ୍ରୀଷ୍ଟିଆନ ସ୍କୁଲ ନିକଟରେ ଆକ୍ରମଣ କରିଛନ୍ତି । ଯେଉଁଥିରେ ୨ ଜଣ ଛାତ୍ର ପ୍ରାଣ ହରାଇଛନ୍ତି । ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଚାହୁଁଛି ପାକିସ୍ତାନ । ଏଭଳି ଆକ୍ରମଣ କରି ନିମ୍ନ ସ୍ତରକୁ ଖସିଛି ପାକିସ୍ତାନ । କରତାପୁର କରିଡର ପରବର୍ତ୍ତୀ ଆଦେଶ ଯାଏଁ ବନ୍ଦ ରହିବ । ପାକିସ୍ତାନ ପୁଣି ଥରେ ସୀମାବର୍ତ୍ତୀ ଅଞ୍ଚଳରେ ଗୁଳିମାଡ଼ ଆରମ୍ଭ କରିଛି। ଉରି ସେକ୍ଟରରେ ପାକିସ୍ତାନ ପୁଣି ଥରେ ଗୁଳିବର୍ଷା ଆରମ୍ଭ କରିଦେଲା। ଗାଁଲୋକେ କହିଛନ୍ତି ଯେ ସେମାନେ ୫-୬ଟି ଶବ୍ଦ ଶୁଣିଛନ୍ତି।