19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶପାକିସ୍ତାନ ନିଜ ଘରେ ନିଜେ ସୁରକ୍ଷିତ ନାହିଁ : ଶାହିଦ ଖାୱନ ଅବ୍ବାସି

ପାକିସ୍ତାନ ନିଜ ଘରେ ନିଜେ ସୁରକ୍ଷିତ ନାହିଁ : ଶାହିଦ ଖାୱନ ଅବ୍ବାସି

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ଉପରେ ଆକ୍ରମଣ କରିବା ନେଇ ନିଜ ଭାଷଣ ରଖୁଥିବା ବେଳେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବୟାନ ପାକିସ୍ତାନର ସତକୁ ପଦାରେ ପକାଇଛି। ଭାରତ ପାକିସ୍ତାନ ଉପରେ କରିଥିବା ‘ଅପରେସନ ସିନ୍ଦୁର’କୁ ନେଇ ଗଣମାଧ୍ୟମରେ ମତ୍ତ ରଖି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ ଖାୱନ ଅବ୍ବାସି କହିଛନ୍ତି ଯେ ପାକିସ୍ତାନ ନିଜ ଘରେ ନିଜେ ସୁରକ୍ଷିତ ନାହିଁ। କାରଣ ଇସଲାମାବାଦ ହାତରୁ ଧିରେ ଧିରେ ବଲୁଚିସ୍ତାନ ଖସିବାରେ ଲାଗିଛି। ଯେଉଁଠି ପାକିସ୍ତାନ ନିଜ ଘର ସମ୍ଭାଳି ପାରୁନି ସେ କଣ ଭାରତଠୁ ନିଜ ଦେଶକୁ ସୁରକ୍ଷା ଦେବ ମୁଁ ଜାଣି ପାରୁନି।

ସୁଚନା ମୁତାବକ, ବର୍ତ୍ତମାନ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହିଦ ଖାୱନ ଅବ୍ବାସିଙ୍କ ଏକ ବକ୍ତବ୍ୟ ବାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଭାରତ ପାକିସ୍ତାନ ଉପରେ ଗ୍ରହଣ କରିଥିବା ‘ଅପରେସନ ସିନ୍ଦୁର’କୁ ନେଇ ମତ୍ତ ରଖିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି ଯେ “ବଲୁଚିସ୍ଥାନ ଧିରେଧିରେ ପାକିସ୍ତାନ ହାତରୁ ଖସିବାରେ ଲାଗିଛି। ଏବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ପାକିସ୍ତାନର ମନ୍ତ୍ରୀ ଓ ଉପରିସ୍ଥ କର୍ମଚାରୀମାନେ ବଲୁଚିସ୍ତାନକୁ ନେଇ ଭୁଲ କଥା କହୁଛନ୍ତି। ପାକିସ୍ତାନର ସେନାଧ୍ୟକ୍ଷ ମଧ୍ୟ ଏନେଇ ଭୁଲ ନେରେଟିଭ ପ୍ରକାଶ କରୁଛନ୍ତି। ଯେଉଁଥିପାଇଁ ବଲୁଚିସ୍ତାନ ଆମ ହାତରୁ ଖସିବାରେ ଲାଗିଲାଣି। ଯଦି ଏମିତି ଲାଗି ରହେ ତେବେ ପାକିସ୍ତାନ ବହୁ ଜଲଦି ଭାଙ୍ଗିବାକୁ ଯାଉଛି। ଯଦି ଆମେ ଆମ ନିଜ ଘର ସମ୍ଭାଳି ନପାରିବା ତ ଭାରତଠୁ ବଞ୍ଚିବାର ଆଶା କେମିତି ରଖିବା।”

ଆପଣଙ୍କୁ ଜଣାଇରଖୁ ଯେ ଅବ୍ବାସି ୨୦୧୭ରୁ ୨୦୧୮ ଯାଏ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଶାସନ ଉପରେ ପ୍ରଶ୍ନ ଉଠାଇ ଅବ୍ବାସି କହିଛନ୍ତି ଯେ ପାକିସ୍ତାନର ସର୍ବବୃହତ ପ୍ରଦେଶ ବଲୁଚିସ୍ତାନରେ ଭୟ ଏବଂ ଅନିଶ୍ଚିତତାର ପରିବେଶ ଲାଗି ରହିଛି। ସେ ଦାବି କରିଛନ୍ତି ଯେ ଅଶାନ୍ତ ପ୍ରଦେଶରେ ବରିଷ୍ଠ ସରକାରୀ ଅଧିକାରୀ ଏବଂ ମନ୍ତ୍ରୀମାନେ ମଧ୍ୟ ସୁରକ୍ଷା ଏସ୍କର୍ଟ ବିନା ଯାତାୟାତ କରିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାନ୍ତୀୟ ରାଜଧାନୀ କ୍ୱେଟାରେ ବିକାଶ ଏତେ ଧିମା ଯେ, “ଅନ୍ଧକାର ପରେ, ଏହି ସ୍ଥାନର ଉପସ୍ଥିତି ପ୍ରାୟତଃ ଅଦୃଶ୍ୟ ହୋଇଯାଏ”।

ଏମିତି ପରିସ୍ଥିତିରେ ସେମାନେ ଆମ ବିରୁଦ୍ଧରେ ସ୍ୱର ଉଠାଉଛନ୍ତି। ତେଣୁ ଆମ ମାନଙ୍କୁ ପ୍ରଥମେ ନିଜ ଘର ସଜାଡିବାକୁ ପଡିବ। ଏହା ସହ ଅସିମ ମୁନୀରଙ୍କୁ ମଧ୍ୟ ବଲୁଚିସ୍ତାନ ଉପରେ ଦେଇଥିବା ଅପମାନ ସୂଚକ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିବାକୁ ପଡିବ ବୋଲି ସେ କହିଛନ୍ତି।

‘ଅପରେସନ ସିନ୍ଦୁର’ ଏପ୍ରିଲ ୨୨ ପାହାଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ସ୍ୱରୂପ କରାଯାଇଛି। ଭାରତୀୟ ସେନା ରାଫେଲ ଯୁଦ୍ଧ ବିମାନ ଓ ସ୍କାଲ୍ପ କ୍ରୁଜ ମିସାଇଲ ବ୍ୟବହାର କରି ବାହାୱାଲପୁର ଓ ମୁରିଦ୍ଦେ ସ୍ଥିତ ଜୈଶ ଓ ଲସ୍କରର ମୁଖ୍ୟ ଶିବିରଗୁଡ଼ିକୁ ଧ୍ୱଂସ କରିଛି। ଏହି ହମଲାରେ ୮୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking