16.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶପାଣି ବିନା ପାକିସ୍ତାନ ଡହଳବିକଳ

ପାଣି ବିନା ପାକିସ୍ତାନ ଡହଳବିକଳ

ନୂଆଦିଲ୍ଲୀ: ଭାରତର ଜଳ ପ୍ରହାରରେ ପାକିସ୍ତାନରେ ହାହାକାର । ପାଣି ବିନା ପାକିସ୍ତାନ ଡହଳବିକଳ । ପଞ୍ଜାବ-ସିନ୍ଧ ପ୍ରଦେଶରେ ଚାଷୀ ଖରିଫ ଫସଲ ପାଇଁ କଣ କରିବ ଚିନ୍ତା କରିପାରୁନି । ଖରିଫ ଫସଲ ବିହନ ବୁଣାବୁଣି ପୂର୍ବରୁ ଏପରି ପାଣି ସଂକଟ ଦେଖାଦେଇଛି । ସିନ୍ଧୁ ଜଳ ନମିଳିବାରୁ ନଦୀ ମାନେ ଶୁଖିଗଲେଣି । ସିନ୍ଧୁ ନଦୀ ସହ ଝେଲମ ଚେନାବରେ ଅବସ୍ଥା ଅସମ୍ଭାଳ । ଭୟଙ୍କର ଗ୍ରୀଷ୍ମ ପ୍ରବାହ ଓ ବିନା ପାଣିରେ ଚାଷ ଜମି ଫାଟି ଆଁ କରିଛି । ଝେଲମ ନଦୀର ମଙ୍ଗଳା ବନ୍ଧ, ସିନ୍ଧୁ ନଦୀରେ ଥିବା ତବରେଲା ଡ୍ଯାମ ପର୍ଯ୍ୟନ୍ତ ପାଣି ପହଞ୍ଚିପାରୁନାହିଁ । ପାକିସ୍ତାନରେ ଅଧିକ ଧାନ ଚାଷ କରାଯାଇଥାଏ । ଭାରତର ଜଳ ପ୍ରହାର ଯୋଗୁଁ ଧାନ ଚାଷ ଏଥର ହୋଇପାରିବ କି ନାହିଁ ସେ ନେଇ ଚାଷୀ ମନରେ ଆଶଂକା ଦେଖାଦେଲାଣି । ଏପରି ସ୍ଥିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ତାଜିକସ୍ତାନ ଗ୍ଲାସିଅର ସଂରକ୍ଷଣ ସମ୍ମିଳନୀରେ ପାଣି ପାଇଁ ଗୁହାରୀ କରିଛନ୍ତି । ସିନ୍ଧୁ ଜଳ ସନ୍ଧି ରଦ୍ଦକୁ ହଟାଇ ଦେବାକୁ ସେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking