27.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶଆତଙ୍କବାଦୀଙ୍କୁ ବଙ୍କରରେ ଲୁଚାଉଛି ପାକିସ୍ତାନ: ରିପୋର୍ଟ

ଆତଙ୍କବାଦୀଙ୍କୁ ବଙ୍କରରେ ଲୁଚାଉଛି ପାକିସ୍ତାନ: ରିପୋର୍ଟ

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଅନେକ ଖବର ସାମ୍ନାକୁ ଆସିବାରେ ଲାଗିଛି। ତେବେ ଏସବୁ ମଧ୍ୟରେ ଆତଙ୍କବାଦୀମାନଙ୍କୁ ଏବେ ଭାରତର ସମ୍ଭାବ୍ୟ ତଥା ଭୟାବହ ଆକ୍ରମଣରୁ ରକ୍ଷା କରିବା ପାଇଁ ପାକିସ୍ତାନ ଏବେ ସେମାନଙ୍କୁ ବଙ୍କରରେ ସୁରକ୍ଷିତ ଭାବେ ଲୁଚାଇ ରଖିବାକୁ ପ୍ରୟାସ କରୁଛି। ଗୁଇନ୍ଦା ରିପୋର୍ଟ ଅନୁସାରେ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ରେ ଆତଙ୍କବାଦୀମାନଙ୍କୁ ସୁରକ୍ଷିତ ଆଶ୍ରୟ ଦିଆଯାଉଛି। ଏମାନେ ଏହିଠାରେ ଲୁଚି ରହି ଭାରତ ବିରୋଧରେ ଆକ୍ରମଣର ଯୋଜନା କରୁଛନ୍ତି। ତେବେ ଭାରତୀୟ ସୁରକ୍ଷା ବାହିନୀ ଏମାନଙ୍କ ପ୍ରତ୍ୟେକ ଗତିବିଧି ଉପରେ ଉପରେ ତୀକ୍ଷ୍ମ ନଜର ରଖିଛି। ସବୁଠୁ ବଡ଼ କଥା ହେଉଛି, ଭାରତୀୟ ସେନା ପିଓକେରେ ଥିବା ଏପ୍ରକାର ପ୍ରାୟ ସକ୍ରିୟ ଥିବା ୪୨ଟି ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ଗୁଡ଼ିକୁ ଚିହ୍ନଟ କରିସାରିଥିବା ବେଳେ ଏବେ ସେଗୁଡ଼ିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ଭାରତୀୟ ସେନା ପିଓକେରେ ଥିବା ଏହି ଶିବିରଗୁଡ଼ିକ ଉପରେ “ସର୍ଜିକାଲ ଷ୍ଟ୍ରାଇକ” କିମ୍ବା ଅନ୍ୟାନ୍ୟ ଲକ୍ଷ୍ୟଭିତ୍ତିକ ଅପରେସନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଗୁଇନ୍ଦା ବିଭାଗ ନିଜ ରିପୋର୍ଟରେ ଦର୍ଶାଇଛି। ଏହି ୪୨ଟି ଆତଙ୍କବାଦୀ ଲଞ୍ଚପ୍ୟାଡ଼୍‌ରେ ପ୍ରାୟ ୧୩୦ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି ଏବଂ ଭାରତ ବିରୋଧରେ ଆକ୍ରମଣର ଯୋଜନା କରୁଛନ୍ତି। ଏହି ଶିବିରଗୁଡ଼ିକ ପାକିସ୍ତାନ ସେନା ଏବଂ ଆଇଏସଆଇ (ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ) ଦ୍ୱାରା ସମର୍ôଥତ ବୋଲି ଅଭିଯୋଗ ହୋଇଛି। ରିପୋର୍ଟରେ ଦାବି କରାଯାଇଛି ଯେ ଲସ୍କର-ଏ-ତୋଇବା (ଏଲ୍‌ଇଟି), ଜୈଶ-ଏ-ମହମ୍ମଦ (ଜେଇଏମ) ଏବଂ ହିଜବୁଲ ମୁଜାହିଦ୍ଦିନ (ଏଚ୍‌ଏମ୍‌) ଭଳି ସଂଗଠନଗୁଡ଼ିକ ବଙ୍କରରେ ଲୁଚି ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସଂଗ୍ରହ କରୁଛନ୍ତି। ଏହି ବଙ୍କରଗୁଡ଼ିକ ଲାଇନ୍ ଅଫ କଣ୍ଟ୍ରୋଲ (ଏଲଓସି) ନିକଟରେ ଅବସ୍ଥିତ, ଯାହା ଭାରତରେ ଅନୁପ୍ରବେଶ ପାଇଁ ବ୍ୟବହୃତ ହେଉଛି। ପ୍ରକାଶ, ଭାରତୀୟ ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ଏଲଓସି ନିକଟରେ ସୁରକ୍ଷା ବଢ଼ାଇଛନ୍ତି ଏବଂ ଡ୍ରୋନ୍ ଓ ସାଟେଲାଇଟ୍ ମାଧ୍ୟମରେ ଲଞ୍ଚ ପ୍ୟାଡଗୁଡ଼ିକ ଉପରେ ନଜର ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking