14.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ବିଚଳିତ

ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ବିଚଳିତ

ଇସଲାମାବାଦ୍‌: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ପକ୍ଷରୁ ଦିନକ ପୂର୍ବେ କୂଟନୈତିକ ସ୍ତରରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ବିଚଳିତ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ଭାରତ ବିରୋଧରେ ପାକିସ୍ତାନ ଏବେ କେତେକ କାଉଣ୍ଟର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁସାରେ ପାକିସ୍ତାନ ପ୍ରଥମତଃ ଭାରତ ପାଇଁ ନିଜ ଆକାଶପଥକୁ ବନ୍ଦ କରିଦେଇଛି। ପାକିସ୍ତାନ ଏବେ ଭାରତ ପଟୁ ଆକ୍ରମଣ ଆଶଙ୍କା କରୁଥିବା ବେଳେ ନିଜ ଆକାଶମାର୍ଗକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ଦ୍ୱିତୀୟରେ ପାକିସ୍ତାନ ୧୯୭୨ ମସିହାରେ ଭାରତ ସହ ହୋଇଥିବା ଶିମ୍‌ଲା ଚୁକ୍ତିକୁ ମଧ୍ୟ ରଦ୍ଦ କରିଛି। ତୃତୀୟ କାର୍ଯ୍ୟାନୁଷ୍ଠାନ ଭାବେ ପାକିସ୍ତାନ ମଧ୍ୟ ଭାରତୀୟଙ୍କ ପାଇଁ ଉଦ୍ଦିଷ୍ଟ ଭିସାବ୍ୟବସ୍ଥାକୁ ରଦ୍ଦ କରିଛି ଏବଂ ଭାରତୀୟଙ୍କୁ ପାକିସ୍ତାନ ଛାଡିବାକୁ ମହଲତ ଦେଇଛି। ଭାରତ ଯେଉଁ ସିନ୍ଧୁ ଜଳ ଚୁକ୍ତିନାମାକୁ ରଦ୍ଦ କରିବା ନେଇ ଘୋଷଣା କରିଛି ପାକିସ୍ତାନ ଏହାକୁ ଆକ୍ଟ ଅଫ୍ ୱାର’ ଭାବେ ଅଭିହିତ କରିଛି। ଏସବୁ ସହ ପାକିସ୍ତାନ ଭାରତ ସହ ସବୁପ୍ରକାର ବାଣିଜ୍ୟିକ କାରବାରକୁ ମଧ୍ୟ ବାତିଲ କରିଛି।

ପାକିସ୍ତାନ ପକ୍ଷରୁ ଏନେଇ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, “ପାକିସ୍ତାନର ସାର୍ବଭୌମତ୍ୱ ଏବଂ ଏହାର ଲୋକଙ୍କ ସୁରକ୍ଷା ପ୍ରତି ଯେକୌଣସି ବିପଦର ମୁକାବିଲା ସମସ୍ତ କ୍ଷେତ୍ରରେ ଦୃଢ଼ ପାରସ୍ପରିକ ପଦକ୍ଷେପ ସହିତ କରାଯିବ।’ ଭାରତ ପରି, ପାକିସ୍ତାନ ମଧ୍ୟ ଭାରତ ଏବଂ ପାକିସ୍ତାନ ଶାସିତ କାଶ୍ମୀର ଉଭୟ ଅଂଶକୁ ନିଜର ବୋଲି ଦାବି କରେ। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ପାକିସ୍ତାନ ମଧ୍ୟ ନିନ୍ଦା କରୁଛି। କିନ୍ତୁ ଏହାକୁ ଆଳକରି ଭାରତ ଯଦି ଆକ୍ରମଣ କରେ କିମ୍ବା ଅନ୍ୟ କୌଣସି କାଯ୍ୟାନୁଷ୍ଠାନ ପାଇଁ ସାମାନ୍ୟତମ ସ୍ତରରେ ମଧ୍ୟ ଅଗ୍ରସର ହୁଏ ତେବେ ପାକିସ୍ତାନ ମଧ୍ୟ ଚୁପ୍ ରହିବ ନାହିଁ। ପାକିସ୍ତାନକୁ ସିନ୍ଧୁ ନଦୀ ଜଳବନ୍ଦ କରିବା କିମ୍ବା ଏହାର ଦିଗକୁ ଅନ୍ୟତ୍ର ପରିବର୍ତ୍ତନ କରିବା ପାଇଁ ଯେକୌଣସି ପ୍ରୟାସକୁ ଯୁଦ୍ଧ କାର୍ଯ୍ୟ ଭାବରେ ବିବେଚନା କରାଯିବ। ପ୍ରକାଶ, ଦିନକ ପୂର୍ବେ ଭାରତ ସରକାର ପାକିସ୍ତାନ ବିରୋଧରେ ୫ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଘୋଷଣା କରିଥିଲେ। ଏହି ୫ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ଭାରତ ସରକାର ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିଛନ୍ତି। ସେହିପରି ଭାରତ ସରକାର ସାର୍କ ଭିସା ରଦ୍ଦ କରିବା ସହ ଭାରତ ଛାଡିବାକୁ ପାକ୍ ନାଗରିକଙ୍କୁ ୪୮ ଘଣ୍ଟାର ମହଲତ ଦେଇଛନ୍ତି। ଏତଦ୍‌ବ୍ୟତୀତ ଅଟ୍ଟାରୀ-ୱାଘା ଚେକ୍‌ପୋଷ୍ଟ ବନ୍ଦ କରିବା, ପାକ୍ ଦୂତାବାସ ବନ୍ଦ କରିବା ସହ ୭ଦିନରେ ଦୂତାବାସ ଖାଲି କରିବାକୁ ମଧ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି। ଇସଲାମାବାଦ୍ ସ୍ଥିତ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ସ୍ୱଦେଶ ଫେରିବାକୁ ମଧ୍ୟ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ସମ୍ବନ୍ଧୀତ କେନ୍ଦ୍ର କ୍ୟାବିନେଟ୍ ଏନେଇ ନିଷ୍ପତ୍ତି ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking