14.1 C
Bhubaneswar
Friday, December 12, 2025
Homeଦେଶ ବିଦେଶଯୁଦ୍ଧ-ଗୃହଯୁଦ୍ଧର ହରଡ଼ଘଣାରେ ପାକିସ୍ତାନ

ଯୁଦ୍ଧ-ଗୃହଯୁଦ୍ଧର ହରଡ଼ଘଣାରେ ପାକିସ୍ତାନ

ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରଶୟ ଦେଉଥିବା ପାକିସ୍ତାନ ଏବେ ହରଡ଼ଘଣାରେ । ଗୋଟେ ପଟେ ଭାରତ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରୁଛି, ଅନ୍ୟପଟେ ପାକ୍‌ ସେନା ଉପରେ ଲଗାତାର ଆକ୍ରମଣ କରୁଛି ବେଲୁଚିସ୍ତାନ । ପାକ୍ ସେନା ଉପରେ ଘନ ଘନ ମିସାଇଲ ଆଟାକ କରୁଛି ବାଲୁଚ୍ ଲିବରେସନ୍ ଆର୍ମି । ନିକଟରେ ରିମୋଟ କଣ୍ଟ୍ରୋଲ ଜରିଆରେ ପାକିସ୍ତାନ ଉପରେ ଏକ ଆଇଡି ଆକ୍ରମଣ କରିଥିଲା ବଲୁଚିସ୍ତାନ । ଯେଉଁଥିରେ ୧୨ ଜଣ ପାକ୍ ସେନାଙ୍କ ମୃତ୍ୟୁ ହୋଇଥିଲା । ଏବେ ପ୍ରଶ୍ନ ଉଠୁଛି ବେଲୁଚିସ୍ତାନ ପାକିସ୍ତାନକୁ କାହିଁକି ବିରୋଧ କରୁଛି ? ପାକିସ୍ତାନଠୁ କାହିଁକି ଅଲଗା ହେବାକୁ ଚାହୁଁଛି ? ଏହା ପଛରେ ଏକାଧିକ କାରଣ ରହିଛି । ସେସବୁ କାରଣ ବିଷୟରେ ଆସନ୍ତୁ ଜାଣିବା ।

ମୁଖ୍ୟ କାରଣ ହେଉଛି, ଏଠାକାର ବାସିନ୍ଦାଙ୍କ ସହ ଭେଦଭାବ । ବେଲୁଚିସ୍ତାନ ପାକିସ୍ତାନର ସେହି ଅଞ୍ଚଳ ଯେଉଁଠାରେ ସବୁଠୁ ଅଧିକ ଖଣିଜପଦାର୍ଥ ରହିଛି । କିନ୍ତୁ, ବିକାଶ କ୍ଷେତ୍ରରେ ଏହି ଅଞ୍ଚଳ ସବୁଠୁ ପଛରେ । ବଲୁଚିସ୍ତାନକୁ ନିକଟରେ ଥିବା ଗ୍ୱାଦରପୋର୍ଟକୁ ଚୀନକୁ ହସ୍ତାନ୍ତର କରିଛି ପାକିସ୍ତାନ । କିନ୍ତୁ, ଏହି ପ୍ରକଳ୍ପରେ ବଲୁଚିସ୍ତାନକୁ କୌଣସି ଲାଭ ମିଳିନଥିଲା । ଆଉ ଏବେ ବେଲୁଚ ବାସିନ୍ଦା ଲଗାତାର ପାକିସ୍ତାନ ଓ ଚାଇନାର ବିରୋଧ କରୁଛନ୍ତି। ଏବେ ପ୍ରଶ୍ନ ଉଠୁଛି ଏହି ବିରୋଧ କେବେଠୁ ଆରମ୍ଭ ହୋଇଛି ? ତେବେ ବଲୁଚିସ୍ତାନର କ୍ଷେତ୍ରଫଳ ପାକିସ୍ତାନର ୪୦% ସ୍ଥାନ । ଏଠାକାର ଜନସଂଖ୍ୟା ପାଖାପାଖି ଦେଢ଼ କୋଟି । ଯାହା ପାକିସ୍ତାନ ଜନସଂଖ୍ୟାର ମୋଟ୍ ୬% ।

ବଲୁଚିସ୍ତାନରେ ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି । ଏହା ବ୍ୟତୀତ ବେଲୁଚ ଲୋକଙ୍କୁ ସେନାର ଉଚ୍ଚପଦସ୍ଥ ଅଧିକାରୀଙ୍କ ସ୍ଥାନରେ କେବେ ବି ନିଯୁକ୍ତି ମିଳେନାହିଁ । ମାନବ ଅଧିକାର କ୍ଷୁର୍ଣ୍ଣ ହୁଏ । ଏପରି ପରିସ୍ଥିତିରେ, ଲଗାତାର ପ୍ରତିବାଦରେ ବେଲୁଚିସ୍ତାନ ସ୍ୱାଧିନତାର ଦାବି କରିଆସୁଛନ୍ତି । ଦ୍ୱିତୀୟ ମୁଖ୍ୟ କାରଣ ହେଉଛି ବେଲୁଚ ନିଜର ଭିନ୍ନ ସାଂସ୍କୃତିକ ଓ ଭାଷାକୁ ବଜାୟ ରଖିବାକୁ ଚାହେଁ । ଯଦି କେହି ଏହା ବିରୋଧରେ ପ୍ରତିବାଦ କରନ୍ତି । ତେବେ ତାଙ୍କ ନାଗରିକ ଓ ସାମ୍ୱାଦିକମାନଙ୍କୁ ଆକ୍ରମଣ କରାଯାଏ । ଏପରିକି ଅପହରଣ ମଧ୍ୟ କରିନିଅନ୍ତି । ଏହି କାରଣରୁ ବଲୁଚିସ୍ତାନରେ ଦୀର୍ଘ ଦିନରୁ ପାକିସ୍ତାନ ବିରୋଧରେ ଯୁଦ୍ଧ ଚାଲିଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking