21.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶଭୟରେ ପାକିସ୍ତାନ : ବହୁ ପରିମାଣରେ ଜଳ ଛାଡ଼ିବାକୁ ଯାଉଛି ଭାରତ

ଭୟରେ ପାକିସ୍ତାନ : ବହୁ ପରିମାଣରେ ଜଳ ଛାଡ଼ିବାକୁ ଯାଉଛି ଭାରତ

ଇସଲାମାବାଦ : ପହଲଗାମ ଆତଙ୍କୀ ହମଲାର ପରଦିନ ହିଁ ଭାରତ ପାକିସ୍ତାନ ଉପରେ ନେଇଥିବା ଦୃଢ କାର୍ଯ୍ୟାନୁଷ୍ଠାନ। ୬ ଦଶକରୁ ଚାଲି ଆସୁଥିବା ସିନ୍ଧୁ ଜଳ ଚୁକ୍ତିକୁ ରୋକିବାକୁ କରିଥିବା ଘୋଷଣା। ଏବେ ସୁଦ୍ଧା ଏହି ଚୁକ୍ତିର କୌଣସି ବିଶେଷ ପ୍ରଭାବ ପାକିସ୍ତାନ ଉପରେ ଦେଖିବାକୁ ମିଳିନାହିଁ ,କାରଣ ସିନ୍ଧୁ ସମେତ ସବୁ ନଦୀ ଜଳର ପ୍ରବାହକୁ ବଦଳାଇବା ପାଇଁ କୌଣସି ନୂଆ ବ୍ୟବସ୍ଥା କରାଯାଇ ନାହିଁ। କିନ୍ତୁ ଭାରତ ଯେଉଁ ଭଳି ନୂଆ ପ୍ରକଳ୍ପ ଉପରେ ଜୋରସୋରରେ କାମ ଆରମ୍ଭ କରି ଦେଇଛି , ଏଥିରେ ପାକିସ୍ତାନରେ ଭୟର ସ୍ଥିତି ରହିଛି। ଏହି ମଧ୍ୟରେ ପାକିସ୍ତାନୀ ଖବରକାଗଜ ଡନ୍‌ ଚିନ୍ତା ବ୍ୟକ୍ତ କରିଛି ଯେ, ଭାରତ ପକ୍ଷରୁ ଚେନାବ ନଦୀ ଉପରେ ନିର୍ମିତ ରଣବୀର କେନାଲର ଲମ୍ୱ ଦୁଇ ଗୁଣା କରାଯାଇ ପାରେ। ବର୍ତ୍ତମାନ ଏହି କେନାଲର ଲମ୍ୱ ୧୨୦ କିଲୋମିଟର। ପାକିସ୍ତାନକୁ ଭୟ ଘାରିଛି ଯେ, ଯଦି ଏହି ପ୍ରକଳ୍ପକୁ ପୂରା କରାଯାଏ ତ ଏଠାରେ ତାର ପାଣିର ଅଭାବ ହୋଇଯିବ।

ଡନ୍‌ ରୟଟର୍ସ ଅନୁସାରେ, ଯେଉଁ ଖବର ପ୍ରକାଶିତ କରିଛି, ଏହାର ଶୀର୍ଷକ-ନୂଆ ସିନ୍ଧୁ ନଦୀ ପ୍ରୋଜେକ୍ଟର ମାଧ୍ୟମରେ ପାକିସ୍ତାନର ୱାଟର ସପ୍ଲାଇ ହ୍ରାସ କରିବାର ପ୍ଲାନ। ଏହି ଖବରର ସୂତ୍ରାନୁସାରେ କୁହାଯାଇଛି ଯେ, ଯଦି ଚେନାବ ନଦୀରେ ଏହି କେନାଲକୁ ବଢାଇ ଦିଆଯାଏ , ଭାରତ ପ୍ରତି ସେକେଣ୍ଡ ୧୫୦ କ୍ୟୁବିକ୍ ମିଟର ପାଣିକୁ ଡାଇଭର୍ଟ କରି ପାରିବ। ବର୍ତ୍ତମାନ ୪୦ କ୍ୟୁବିକ୍‌ ମିଟରର ପାଣି ହିଁ ଡାଇଭର୍ଟ ହୋଇଥାଏ। ଚେନାବ ନଦୀର ଜଳର ପାକିସ୍ତାନର ପଞ୍ଜାବରେ ବଡ଼ ସ୍ତରରେ କୃଷିକାର୍ଯ୍ୟ ଓ ଜଳ ସେଚନରେ ବ୍ୟବହାର ହୋଇଥାଏ। ପାକିସ୍ତାନର ସୂତ୍ରାନୁସାରେ, ଭାରତରେ ଅସ୍ତ୍ର ବିରତି ପରେ ମଧ୍ୟ ଏହା ଉପରେ ମାନସ ମନ୍ଥନ ଚାଲିଛି। ଡନ୍‌ର ଖବରରୁ ବୁଝାପଡ଼େ କି ପାକିସ୍ତାନରେ ଏହି କେନାଲର ବିସ୍ତାର ପ୍ରୋଜେକ୍ଟରେ କେମିତି ଚିନ୍ତାଜନକ ସ୍ଥିତି ଅଛି। କହି ରଖୁଛୁ କି, ଏବେସୁଦ୍ଧା ଭାରତ ଏହି କେନାଲର ବିସ୍ତାରକୁ ନେଇ କୌଣସି ଟିପ୍ପଣୀ କରି ନାହିଁ, କିନ୍ତୁ ରୟଟର୍ସ ଖବରର ଆଧାରରେ ହିଁ ପାକସ୍ତାନରେ ଭୟର ସ୍ଥିତି ରହିଛି। କହି ରଖୁଛୁ କି, ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଗୁରୁବାର ମଧ୍ୟ କହିଥିଲେ ଯେ, ଯେବେ ସୁଦ୍ଧା ପାକସ୍ତାନର ଆତଙ୍କବାଦର ନୀତି ଜାରି ରହିବ, ସେପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ଉପରେ ରୋକ୍ ଲାଗିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking