ନୂଆଦିଲ୍ଲୀ: ସତ ମାନିଲା ପାକିସ୍ତାନ । ଆମେରିକା ଓ ପାଶ୍ଚାତ୍ୟ ଦେଶ ପାଇଁ ୩୦ ବର୍ଷ ଧରି ଆତଙ୍କବାଦୀଙ୍କୁ ପୋଷୁଥିଲା ପାକିସ୍ତାନ । ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ ହାତ ଥିବା ଭାରତର ବୟାନ ପରେ ଏଭଳି କହିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଅସିଫ୍ । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ଆମେରିକା, ଇଂଲଣ୍ଡ ଏବଂ ପାଶ୍ଚାତ୍ୟ ଦେଶଙ୍କ ପାଇଁ ୩୦ ବର୍ଷ ଧରି ପାକିସ୍ତାନ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିଲା । ଯାହା ପାକିସ୍ତାନର ସବୁଠୁ ବଡ଼ ଭୁଲ ଥିଲା । ଯେଉଁଥି ପାଇଁ ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡୁଛି । ଋଷ ସହ ଶୀତଳ ଯୁଦ୍ଧ ସମୟରେ ଆମେରିକାକୁ ପାକିସ୍ତାନ ସମର୍ଥନ କରିଥିଲା ଏବଂ ୨୦୦୧ ସେପ୍ଟେମ୍ବର ୧୧ରେ ନ୍ୟୁୟର୍କରେ ଆତଙ୍କୀ ସଙ୍ଗଠନ ଅଲ-କାଇଦାର ଆକ୍ରମଣ ପରେ ଆଫଗାନିସ୍ତାନ ଉପରେ ଆକ୍ରମଣକୁ ପାକିସ୍ତାନ ସମର୍ଥନ କରଥିଲା ବୋଲି କହିଛନ୍ତି ଖାୱାଜା ଅସିଫ୍ ।